କେନାଲ ନିର୍ମାଣରେ ଅନିୟମିତତା ଅଭିଯୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ): ମୁଗୁପୁର ଡିଷ୍ଟ୍ରୁବୁଟାରୀ କେନାଲ କାମରେ ଅନିୟମିତତା ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି କେନାଲର କିଛି ଉନ୍ନତିକରଣ କାର୍ଯ୍ୟପାଇଁ ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳଳ କରାଯାଇ ଟେଣ୍ଡର ଦିଆଯାଇ ଥିବାବେଳେ ଠିକାଦାର ମନଇଛା ନିମ୍ନମାନର କାମ କରିଦେଇଛି । ଏପରିକି କେନାଲର କିଛି ସ୍ଥାନରେ ପୁରୁଣା କେନାଲର ସାଇଟୱାଲକୁ ପୁନର୍ବାର ପ୍ଲାଷ୍ଟର କରାଯାଇ କାମ ସାରି ଦିଆଯାଇଥିବା ଦର୍ଶଯାଇଛି ବୋଲି ରାମଚନ୍ଦ୍ର ସତପଥି, ଶିବ କୁମାର ସତପଥି, ରବିନ୍ଦ୍ର ଦାସ, ଶଙ୍କର୍ଷଣ ଦାସ, ବ୍ରହ୍ମାନନ୍ଦ ଜେନା, କୃଷ୍ଣଚନ୍ଦ୍ର ଜେନା, ପ୍ରଶାନ୍ତ ସତପଥି, ବିନୋଦ ଜେନା, ନକୁଳ ଜେନା, କୁଳମଣି ଜେନା, ନିତ୍ୟାନନ୍ଦ ନାୟକ, ଉମାମଣି ଜେନା, ଯୁବକେଶର ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଅନିୟମିତତା ହୋଇନାହିଁ, ଏଷ୍ଟିମେଟ ଅନୁଯାଇ କାମ ହୋଇଅଛି । ଏହି ଅନୁଦାନରେ ୫୦ମିଟର ନୁତନ ଗାର୍ଡୱାଲ, ବେଡ କଂକ୍ରିଟ ଓ ଗୋଟିଏ ନୁତନ ପୋଲ ନିର୍ମାଣ ସହିତ କିଛି ୱାଲ ମରାମତି କାମ କରାଯାଇଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ