ଜିଲ୍ଲା ସ୍ତରୀୟ ଫିଟ ଇଣ୍ଡିଆ ପୁରସ୍କାର
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟ , ନାଆମୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ଓ କରଞ୍ଜିଗୁଣୁପୁର ଉ.ପ୍ରା. ବିଦ୍ୟାଳୟକୁ ଜିଲ୍ଲାପାଳ ଜ୍ଞାନ ଦାସ ଫିଟ ଇଣ୍ଡିଆ ପୁରସ୍କାର ପ୍ରଦାନ କରିଛନ୍ତି । କୋଭିଡ ନିୟମ ଅନୁଯାୟୀ ଆୟୋଜିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଓ ସହ ଶିକ୍ଷା ସଂଯୋଜିକା ଇତିଶ୍ରୀ ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ରହିଥିବା କହିଥିଲେ । ଏହାଛଡା ଶିକ୍ଷା ଓ ସ୍ୱାସ୍ଥ୍ୟ ଅଙ୍ଗାଙ୍ଗିକ ଭାବେ ଜଡିତ ଥିବାରୁ ବିଦ୍ୟାର୍ଥୀ ମାନେ ଯୋଗ ଅଭ୍ୟାସ କରିବା ଉଚିତ ବୋଲି ଅତିଥି ଦ୍ୱୟ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଦଭାବନା ସଭାଗୃହ ମଧ୍ୟରେ ଅନୁୁଷ୍ଠିତ ଫିଟ ଇଣ୍ଡିଆ ପୁରସ୍କାର ଉତ୍ସବରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା, ଅନିଲ କୁମାର ବଳ, ଉମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥିଲେ ।


