ଷ୍ଟାଫସିଲେକସନ ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି :କଂଗ୍ରେସ
ଭୁବନେଶ୍ୱର, (ୱାଇଏନ୍ଏସ୍): ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଅସଲ ମୁଖା ଏବେ ଲୋକଲୋଚନକୁ ଆସିଛି । ଦୁର୍ନୀତିକୁ ରୋକିବା ପାଇଁ ୫ଟି ବିଭାଗ ନବୀନବାବୁ ସୃଷ୍ଟି କଲେ । କିନ୍ତୁ ବାସ୍ତବଚିତ୍ର ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଏତେ ମାତ୍ରାରେ କାୟା ବିସ୍ତାର କରିଛି ଯେ ତାହା ନକହିଲେ ନସରେ ବୋଲି ପୂର୍ବତନ ବିଧାୟକ ତଥା ବରିଷ୍ଠ ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯଦି ଶାସନ ବ୍ୟବସ୍ଥାରେ ଟ୍ରାନଫରେନ୍ସିକୁ ଗୁରୁତ୍ୱ ଦିଆଯାଇଥାନ୍ତା ତାହେଲେ ଓଡ଼ିଶା ସରକାରଙ୍କ ଷ୍ଟାଫସିଲେକସନ କମିସନର ସଚ୍ଚିବଙ୍କର ସାମନ୍ୟ ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କା ସମେତ ଅଚଳାଚଳ ସ୍ଥାବର ସମ୍ପତି ସୁନା ଅଳଙ୍କାର ବାହାରୁଛି କିଭଳି । ତଦନ୍ତରୁ ଯାହା ଜଣାପଡ଼ିଲା ଷ୍ଟାଫସିଲେକସନ ବ୍ୟକ୍ତିଜଣଙ୍କ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କର ଭାଗ୍ୟ ସହିତ ଦୀର୍ଘ ୨୦ ବର୍ଷଧରି ଖେଳଖେଳୁଥିଲେ । ସରକାର ଚାକିରୀ ବିକ୍ରି କରୁଥିଲେ ଓଡ଼ିଶାର ଶୀକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ପାଦରେ ଦଳି ଦେଇ ଫୋଫାଡ଼ି ଦେଇପାରୁଥିଲେ । ଆଶାୟୀ ପ୍ରାର୍ଥୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଚାକିରୀ ଦେବାର ଭରସା ଦେଇ ଆଦାୟ କରାଯାଉଥିଲା । ଏହି ଟଙ୍କା କ’ଣ କେବଳ ବିରଂଚି ସାହୁ ନେଉଥିଲେ ନା ଏହାର ସିଂଘ ଭାବ କମିସନର, ସଦସ୍ୟ ଓ ତଥା ସଦସ୍ୟ ସଚ୍ଚିବ ଏବଂ ତୃତୀୟ ମହଲାରେ ନବୀନ ବାବୁଙ୍କ ଚୁର୍ତୁପାଶ୍ୱରେ ଘୁରିବୁଲୁଥିବା ବାବୁମାନେ ନେଉଥିଲେ କି ? ଓଡ଼ିଶାରେ ହଜାର ହଜାର ଯୁବକଯୁବତୀ ମାନଙ୍କୁ ସ୍ୱଳ୍ପ ଦରମାରେ ମେନପାୱାର କନନଂସୋଲେଟାନ୍ସି ମାଧ୍ୟମରେ ନିଯୁକ୍ତି ଚାଲିଛି ଏଥିରେ ମୂଳ ଦରମାର ୩୦% ତୃତୀୟ ମହଲାରେ ବାବୁମାନଙ୍କ ପକେଟକୁ ଯାଉଛି ବୋଲି ବହୁ ଆଭାସ ମିଳିଲାଣି । ଏସବୁ କ’ଣ ଓଡ଼ିଶା ଭିଜିଲାନ୍ସ ତଦନ୍ତ କରିବତ ନା ନବୀନବାବୁଙ୍କ ୫ଟିର ଏହା ପରିସରଭୁକ୍ତ ନୁହେଁ । ଖୋଦ ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ବୋଲି ଡ. ପଟ୍ଟନାୟକ କହିଛନ୍ତି ।କୋର୍ଟର ତତ୍ୱାବଧାନରେ ତଦନ୍ତ ଦାବି କରିବା ସହିତ ଷ୍ଟାଫସିଲେକସନ କମିସନର, ମେମ୍ବର ଓ ସଚ୍ଚିବମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଏବଂ ଯେ ପର୍ଯ୍ୟନ୍ତ ତଦନ୍ତ ସରିନାହିଁ ସେପର୍ଯ୍ୟନ୍ତ କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ସଦସ୍ୟ ଓ ସଚ୍ଚିବମାନଙ୍କୁ କାର୍ଯ୍ୟରୁ ବାହାର କରାଯାଉ କଂଗ୍ରେସ ଦାବି କରୁଛି ବୋଲି ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ କହିଥିଲେ । ଗତ ୨୦ ବର୍ଷଧରି କେଉଁ ପଦବୀ ପାଇଁ କେବେ ପରୀକ୍ଷା ହେଇଥିଲା, କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ଫଳ କେବେ ବାହାରିଥିଲା ଓ କେତେ ନିଯୁକ୍ତି ପାଇଛନ୍ତି ତାହାର ସବିଶେଷ ତଥ୍ୟ ଜନସାଧାରଣଙ୍କ ଆଗରେ ତଥ୍ୟ ପ୍ରଦାନ କରନ୍ତୁ ବୋଲି ଦାବିକରିଛି କଂଗ୍ରେସ । ଓଡ଼ିଶା ସରକାର ଓପିଏସି ଓ ଷ୍ଟାଫସିଲେକସନ କମିସନଙ୍କୁ ଥଇଥାନ କେନ୍ଦ୍ର ନ କରନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଛାତ୍ରମାନଙ୍କୁ ଚାକିରୀ ଦେବାନାରେ ସେମାନଙ୍କ ଠାରୁ ଅର୍ଥ ଲୁଟକରି ଯେଉଁ ପ୍ରତାରଣା କରିଚାଲିଛନ୍ତି ତାକୁ ଛାତ୍ର ସମାଜ କେବେ ବରଦାସ୍ତ କରିବନାହିଁ । ଏହି ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସ ଆଗାମୀ ତିନି ଦିନ ମଧ୍ୟରେ ୩୩ ଗୋଟି ସାଙ୍ଗଠନିକ ଜିଲ୍ଲାରେ ଆନ୍ଦୋଳନ କରିବ ଏବଂ ଆଗାମୀ ଦିନରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ସହ ବିଧାନସଭା ଆଗରେ ବଡ଼ଧରଣର ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ।


