ଉଡ଼ାନ୍ ପକ୍ଷରୁ ‘ମେଗା ଭାରତ ସେଲ୍’ ର ଘୋଷଣା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭାରତର ସର୍ବବୃହତ ବିଜ୍ନେସ୍-ଟୁ-ବିଜ୍ନେସ୍ (ବି-୨-ବି) ଇ-କମର୍ସ ପ୍ଲାଟଫର୍ମ ଉଡ଼ାନର ଖାଦ୍ୟ ବ୍ୟବସାୟ ପକ୍ଷରୁ ‘ମେଗା ଭାରତ ସେଲ୍’ ଘୋଷଣା କରାଯାଇଛି । ଭାରତର ସବୁଠାରୁ ବଡ ଇ-ବି-୨-ବି ବିକ୍ରୟ କାର୍ଯ୍ୟକ୍ରମ ଦ୍ୱାରା ଦେଶର ତେଜରାତି ଦୋକାନ ଏବଂ ଛୋଟ ଖୁଚୁରା ବ୍ୟବସାୟୀ ଉପକୃତ ହୋଇପାରିବେ । ଛୋଟ ଖୁଚୁରା ବ୍ୟବସାୟୀ ଏବଂ ତେଜରାତି ଦୋକାନ ମାଲିକମାନେ ୧୦୦୦ ରୁ ଅଧିକ ଏସ୍କେୟୁ (ଷ୍ଟକ-କିପିଂ ୟୁନିଟ) ସହାୟତାରେ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡସ୍ ବ୍ରାଣ୍ଡ୍ ମାଧ୍ୟମରେ ଗୁଣବତାଯୁକ୍ତ ଖାଦ୍ୟ ଉତ୍ପାଦ ଦ୍ୱାରା ସଂଚୟ କରିପାରିବେ । ଏହି ବ୍ରାଣ୍ଡ ସେଲ୍ ଅଗଷ୍ଟ ୯ ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଜାରି ରହିବ । ଏହି ବିକ୍ରି ସମୟରେ ଉଡ଼ାନ୍ର ଜୟଭୂମି, କ୍ୟାପଟେନ ହାର୍ଭେଷ୍ଟ୍ ଏବଂ ଅନ୍ନଭୂମି ଆଦି ସ୍ୱତନ୍ତ୍ର ବ୍ରାଣ୍ଡ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରାଯିବ । ଖାଦ୍ୟ ସାମଗ୍ରୀ, ପାନୀୟ, ଶସ୍ୟ, ଡାଲି, ମସଲା, ଖାଇବା ତେଲ, ଘରୋଇ ଏବଂ ପର୍ସନାଲ କେୟାର, ସତେଜ ଏବଂ ଦୁଗ୍ଧ ଜାତୀୟ ପ୍ରଭୃତି ୨୦,୦୦୦ ରୁ ଅଧିକ ଉତ୍ପାଦ ଉପରେ ଅଫର ପ୍ରଦାନ କରାଯିବ । ‘ମେଗା ଭାରତ ସେଲ୍’ ଅନ୍ତର୍ଗତ ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ଖାଦ୍ୟ ଏବଂ ଏଫ୍ଏମ୍ସିଜି ଉତ୍ପାଦଗୁଡ଼ିକ ଉପରେ ଆକର୍ଷଣୀୟ ପୁରସ୍କାର ଏବଂ ସୁବିଧା ଉପଲବ୍ଧ କରିବା ସହିତ ବିଗ୍ ଡିସକାଂଟ୍. ଫ୍ଲାଶ୍ ସେଲ୍ ଏବଂ ଆସ୍ୟୁରଡ୍ ଇନଷ୍ଟାଂଟ୍ କ୍ୟାସ୍ ଡିସ୍କାଉଂଟ୍ ହାସଲ କରିବେ । ଏହି ଜାତୀୟସ୍ତରୀୟ ମେଗା ସେଲ୍ରେ ଦ୍ୱିତୀୟ ତଥା ତୃତୀୟ ଶ୍ରେଣୀ ସହର ଏବଂ ଟାଉନ୍ର ୫ ଲକ୍ଷରୁ ଅଧିକ ଛୋଟ ଖୁଚୁରା ବ୍ୟବସାୟୀ ଲାଭବାନ ହେବେ ।ରିହାତି ଏବଂ ସଂଚୟ ବ୍ୟତୀତ ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଗୁଣାତ୍ମକ ଖାଦ୍ୟ ପଦାର୍ଥ ଉପରେ “ବାଏ ୧ ଗେଟ୍ ୧’ ଅଫର ପାଇ ପାରିବେ । ଅତିରିକ୍ତ ସୁବିଧା ଅନ୍ତର୍ଗତ ଭାବେ, ଖୁଚୁରା ବ୍ୟବସାୟୀମାନେ ଷ୍ଟକ କରିବା ପାଇଁ ଗୋଟିଏ ଦିନରେ ଏକାଧିକ ଅର୍ଡର ରଖିବା ପାଇଁ ଚିନ୍ତାମୁକ୍ତ ଅର୍ଡରିଂ ଅଭିଜ୍ଞତାର ବିକଳ୍ପ ପାଇ ପାରିବେ ।ଏହି ଅବସରରେ ଉଡ଼ାନ୍ର ଫୁଡ ଆଣ୍ଡ ଏଫ୍ଏମ୍ସିଜି ବ୍ୟବସାୟର ମୁଖ୍ୟ ବିବେକ ଗୁପ୍ତା କହିଲେ, ତେଜରାତି ଷ୍ଟୋର ଏବଂ ଦେଶର ଛୋଟ ଖୁଚୁରା ବ୍ୟବସାୟୀଙ୍କ ସୁବିଧା ପାଇଁ ଉଡ଼ାନ ପ୍ଲାଟଫର୍ମରେ ‘ମେଗା ଭାରତ ସେଲ୍’ ଘୋଷଣା କରି ଆମେ ଆନନ୍ଦିତ । ଆମର ଏହି ପଦକ୍ଷେପ ଦ୍ୱାରା ଭାରତର କ୍ଷୁଦ୍ର ବ୍ୟବସାୟ ସଶକ୍ତ ହୋଇପାରିବ । ଏସବୁ ବ୍ୟବସାୟୀମାନେ ମହାମାରୀ ସମୟରେ ଗ୍ରାହକ ସେବା ଜାରି ରଖିଛନ୍ତି । ଆମେ ନିଶ୍ଚିତ ଯେ ଆମର ଖୁଚୁରା ବ୍ୟବସାୟୀ ତଥା ଉତ୍ପାଦକ ସହଭାଗୀମାନଙ୍କୁ ସମର୍ଥନ କରିବା ପାଇଁ ଏହି ଅନନ୍ୟ ତଥା କଷ୍ଟୋମାଇଜଡ ପ୍ରୋଗ୍ରାମ, ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ବ୍ୟବସାୟୀଙ୍କୁ ବଡ଼ ସଂଚୟ କରିବାରେ ସାହାଯ୍ୟ କରିବ । ଏହା ସହିତ ସେମାନଙ୍କର ବ୍ୟବସାୟ ଏବଂ ଲାଭ ବୃଦ୍ଧି ସମ୍ଭବ ହୋଇପାରିବ ।ବ୍ୟବସାୟର ବିଭିନ୍ନ କ୍ଷେତ୍ର, ପ୍ରଯୁକ୍ତି ିବିଦ୍ୟା, ଯୋଗାଣ ଶୃଙ୍ଖଳା, ବିଭିନ୍ନ ବର୍ଗ, କ୍ରେଡ଼ିଟ ପ୍ରଭୃତିରେ ଗତ ୧୨ ରୁ ୧୮ ମାସ ମଧ୍ୟରେ ୪୦୦୦ କୋଟିରୁ ଅଧିକ ଟଙ୍କା ନିବେଶ କରିଛି । ଗ୍ରାହକ ଆନାଲିଟିକ୍ସ ବ୍ୟବହାର ଦ୍ୱାରା ଗ୍ରାହକଙ୍କ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଯାଇ ପାରୁଛି ।ବି-୨-ବି ସ୍ପେସରେ ସମସ୍ତ ବ୍ୟବସାୟ ଆବଶ୍ୟକତା ପାଇଁ ଉଡ଼ାନ୍ ୱାନ୍ ଷ୍ଟପ୍ ସଲ୍ୟୁଶନ । ଏହା ସମଗ୍ର ଭାରତରେ ଲକ୍ଷ ଲକ୍ଷ ଏମ୍ଏସ୍ଏମ୍ଇକୁ ସଂଯୋଗ କରେ ଏବଂ ଟେକ୍ନୋଲୋଜି ଗ୍ରହଣ ମାଧ୍ୟମରେ ସେମାନଙ୍କ ବ୍ୟବସାୟ ବୃଦ୍ଧି କରାଇବାରେ ସହାୟତା କରିଥାଏ । ଉଡ଼ାନ୍ ତେଜରାତି ଦୋକାନୀ, ଅନ୍ୟ ଦୋକାନୀ, ରେଷ୍ଟୁରାଂଟ୍, ରାସ୍ତାଘାଟ ବିକ୍ରେତା, ଔଷଧ ଷ୍ଟୋର୍, କାର୍ଯ୍ୟାଳୟ, ଛୋଟ କାରଖାନା, କଂଟ୍ରାକ୍ଟର ଇତ୍ୟାଦିଙ୍କୁ ଇ-କମର୍ସର ସୁବିଧା ଯୋଗାଇବା ସହିତ ସମଗ୍ର ଦେଶରେ ବିକ୍ରେତା, ବ୍ରାଣ୍ଡ ଏବଂ ଉତ୍ପାଦକଙ୍କଠାରୁ ଆକର୍ଷଣିୟ ମୂଲ୍ୟରେ ଉଚ୍ଚମାନର ଉତ୍ପାଦର କାରବାର କରିବାକୁ ସକ୍ଷମ ହୋଇଥାଏ । ଉତ୍ପାଦ ତାଲିକା ବିଜ୍ଞାପନ ଏବଂ ଇନ-ଆପ ବିଜ୍ଞାପନ ର୍ନିମାତାମାନଙ୍କୁ ପ୍ଲାଟଫର୍ମରେ ସେମାନଙ୍କର ଲକ୍ଷ୍ୟ ଧାର୍ଯ୍ୟ, ର୍ନିଦ୍ଦିଷ୍ଟ ଏବଂ ପ୍ରସ୍ତୁତ-କ୍ରୟ ଖୁଚୁରା ବ୍ୟବସାୟୀମାନଙ୍କ ନିକଟରେ ପହଂଚାଇବାରେ ପ୍ରୋତ୍ସାହନ ଯୋଗାଇ ଦେଇଥାଏ । ଏହା ଭାରତରେ ବ୍ରାଣ୍ଡ, ଖୁଚୁରା ବ୍ୟବସାୟୀ ଏବଂ ଉତ୍ପାଦକଙ୍କ ଆବଶ୍ୟକତାକୁ ପୂରଣ କରି ସେମାନଙ୍କୁ ସେମାନଙ୍କ ବ୍ୟବସାୟ ପରିଚାଳନା ପାଇଁ ଅନ୍ତର୍ଭୂକ୍ତି ବୈଷୟିକ ଉପକରଣ ନିର୍ମାଣ କରିଥାଏ ।


