ଆଡିଆ ପଞ୍ଚାୟତରେ କଂଗ୍ରେସର ସାଙ୍ଗଠନିକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଡିଆ ପଞ୍ଚାୟତରେ ବ୍ଲକ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱ ତଥା ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଜିଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ, ମୁଖପାତ୍ର ଭବେନ୍ଦ୍ର କୁମାର ସାହୁ, ସାଧାରଣ ସଂପାଦକ ସ୍ମୃତି ରଂଜନ ସ୍ୱାଇଁ, ମାର୍କଣ୍ଡ ବେହେରା, ସଂଯୋଜକ ପ୍ରଦ୍ୟୁମ୍ନ ଦାସ, ସଂପାଦକ ରାଜ କିଶୋର ପଣ୍ଡା, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ, ୧୪ନଂ.ଜୋନ୍ ପୂର୍ବତନ ସଭାପତି ବିଜୟ କୁମାର ଜେନା ଯୋଗ ଦେଇ ତୃଣମୂଳ ସ୍ତରରୁ କଂଗ୍ରେସ ଦଳକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଗାମୀ ନିର୍ବାଚନ ପରିପେକ୍ଷୀରେ କର୍ମୀ ମାନେ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ଓ ୱାର୍ଡ ସ୍ତରରେ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଉପସଭାପତି ଅଜୟ କୁମାର ରଥ, ସାଧାରଣ ସଂପାଦକ କୃପାସିନ୍ଧୁ ବେହେରା, ସୁଧାକର ରାଉତ, ସଂପାଦକ ଶରତ ଜେନା, ସୁଦାମ ସେଠୀ, ତୁଳସୀ ପଣ୍ଡା, କ୍ଷେତ୍ରବାସୀ ନାୟକ, ଆନନ୍ଦ ଚନ୍ଦ୍ର ସେଠୀ, ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ପଣ୍ଡା ମନୋନୀତ ହୋଇଥିଲେ ।


