ପୁରୀ – ଶାଲୀମାର ମଧ୍ୟରେ ଚାଲିବ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପୁରୀ ଏବଂ ଶାଲିମାର ମଧ୍ୟରେ ଚାରି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ଚାରି ଯୋଡ଼ା ମଧ୍ୟରୁ ଗୋଟିଏ ଦ୍ୱି-ସାପ୍ତାହିକ ଗରିବ ରଥ ସ୍ୱତନ୍ତ୍ର ଟ୍ରେନ ଏବଂ ତିନିଟି ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ । ୦୮୪୬୬/୦୮୪୬୫ ପୁରୀ-ଶାଲିମାର-ପୁରୀ ଗରିବ ରଥ ସ୍ପେଶାଲ ଟ୍ରେନ ଅଗଷ୍ଟ ମାସ ୧୧ ତାରିଖରୁ ପୁରୀ ଠାରୁ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ଏବଂ ଅଗଷ୍ଟ ମାସ ୧୨ ତାରିଖରୁ ଶାଲିମାର ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୪୬୮/୦୮୪୬୭ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ ଅଗଷ୍ଟ ମାସ ୧୫ ତାରିଖ ଠାରୁ ପ୍ରତି ରବିବାର ଦିନ ପୁରୀ ରୁ ଏବଂ ଅଗଷ୍ଟ ମାସ ୧୬ ତାରିଖ ଠାରୁ ଶାଲୀମାର ଠାରୁ ପ୍ରତି ସୋମବାର ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୪୭୦/୦୮୪୬୯ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ ଅଗଷ୍ଟ ମାସ ୧୨ ତାରିଖ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୁରୀ ରୁ ଏବଂ ଅଗଷ୍ଟ ମାସ ୧୩ ତାରିଖ ଠାରୁ ଶାଲୀମାର ରୁ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।ସେହିପରି ୦୮୪୭୬/୦୮୪୭୫ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ ଅଗଷ୍ଟ ମାସ ୧୦ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୧ ତାରିଖ ଠାରୁ ଶାଲୀମାର ଠାରୁ ପ୍ରତ୍ୟେକ ବୁଧବାର ଦିନ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ