ଝାଡଖଣ୍ଡ ମୁକ୍ତିମୋର୍ଚାର ନୂତନ କାର୍ଯ୍ୟାଳୟ ଉଦ୍ଘଘାଟିତ ଏବଂ ଶହୀଦ ନିର୍ମଳ ମହାତୋଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଇରଙ୍ଗପୁର -ଓଡିଶାରେ ଝାଡଖଣ୍ଡ ମୁକ୍ତି ମୋର୍ଚା ଦିନକୁ ଦିନ ତାର କାୟା ବିସ୍ତାର କରିବାକୁ ଯାଉଛି ।ନିକଟରେ ଝାଡଖଣ୍ଡ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଆଦିବାସୀ ନେତା ଦିଶମ୍ ଗୁରୁ ଶିବୁ ସୋରେନଙ୍କ ସୁପୁତ୍ରୀ ତଥା ବର୍ତ୍ତମାନର ଝାଡଖଣ୍ଡ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଂଜନୀ ସୋରେନ ନୂତନ ଭାବେ ଓଡିଶା ଝାଡଖଣ୍ଡ ପ୍ରଦେଶର ସଭାପତି ଭାଵେ ଦାୟିତ୍ବ ଗ୍ରହଣ କରିଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚାର ସଂଗଠନକୁ ଆଗାମି ଦିନରେ ତୃଣମୂଳ ସ୍ତରରେ ଏବଂ ଆଦିବାସୀଙ୍କ ଜଳ,ଜମିନ,ପାଣି ସ୍ବାସ୍ଥ୍ୟ,ଶିକ୍ଷା,ଗମନାଗମନ,ବିଜୁଳି ଓ ନ୍ୟାୟ ପାଇଁ ଲଢିବା ପାଇଁ ବଜ୍ର ଶପଥ ନେଇଛନ୍ତି ।ଏଣେ ଆଗକୁ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେବ ।ଏଥିପାଇଁ ଦଳ ତରଫରୁ ବ୍ୟାପକ ନିଷ୍ପତ୍ତି ଓ ସଂଗଠନକୁ ସୁଦୃଢ କରିବା ପାଇଁ ଗୁରୁତ୍ବ ଦିଆଯାଇଛି ।ଏହାକୁ ନେଇ ରାଇରଙ୍ଗସହରର ପଣ୍ଡିତ ରଘୁନାଥ ମୁର୍ମୁ ଛକର ଅଳ୍ପ ଦୂରରେ ଝାଡଖଣ୍ଡ ମୁକ୍ତିମୋର୍ଚା ଦଳର ନୂତନ କାର୍ଯ୍ୟାଳୟ ରବିବାର ଦିନ ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ସେହିଭଳି ଝାଡଖଣ୍ଡ ରାଜ୍ୟ ଗଠନର ଆଗଧାଡିର କ୍ରାନ୍ତିକାରୀ ନେତା ଶହୀଦ ନିର୍ମଳ ମହାତୋଙ୍କ ଆଜି ଶ୍ରାଦ୍ଧ ଦିବସ ।ସେହି ଦିବଂଗତ ଶହୀଦ ନେତା ଯେକି ନକ୍ସଲଙ୍କ ଗୁଳିରେ ଟଳି ପଡିଥିଲେ ସେହି କ୍ରାନ୍ତିକାରୀ ନେତାଙ୍କର ଆଜି ଶ୍ରାଦ୍ଧ ଦିବସ ।ଏହି ପରିପ୍ରେକ୍ଷୀରେ ଆଜି ନୂତନ କାର‌୍ୟ୍ୟାଳୟ ପରିସରରେ ଦିବଂଗତ ନେତା ନିର୍ମଳ ମହାତୋଙ୍କ ଫଟୋଚିତ୍ରରେ ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନଙ୍କ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସେହିଭଳି ଝାମୁମୋର ଉପସ୍ଥିତ ନେତୃବୃନ୍ଦ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ନେତୃବୃନ୍ଦ ଝାଡଖଣ୍ଡ ପ୍ରଦେଶ ଗଠନରେ ନିର୍ମଳ
ମହାତୋଙ୍କ ବଳିଦାନ, ତ୍ୟାଗ,ସଂଗ୍ରାମପୂତ ଜୀବନଚର‌୍ୟ୍ୟା କରିଥିଲେ ।ନୂତନ କାର୍ଯ୍ୟାଳୟ ଖୋଲିବା ନେଇ ନୂତନ ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନଙ୍କ ପ୍ରଚେଷ୍ଟା ନେଇ କର୍ମି ମହଲରେ ଆନନ୍ଦର ଲହରି ଖେଳିଯାଇଥିଲା ।କର୍ମିମାନେ ଖୁସିରେ ମିଠା ବଣ୍ଟନ କରିଥିଲେ ।ଏଥିରେ , ଝାମୁମୋ କେନ୍ଦ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ପବନ କୁମାର, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ମୟୃରଭଂଜ (୨) ଝାମୁମୋ ଜିଲ୍ଲା ସଭାପତି ରାମଚନ୍ଦ୍ର ହେମ୍ବ୍ରମ,ଶୁସାନ୍ତ ମହାନ୍ତି, ଜାମଦା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମଙ୍ଗଲ ସିଂ ଟୁଡୁ,ପ୍ୟାରୀ ସାହୁ ,ରଣଜିତ ସିଂ,ମନୋଜ ବାରିକ ସମେତ ବହୁ କର୍ମି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ