ମଦ ପାଇଁ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ

କବିସୂର୍ଯ୍ୟନଗର, (ୱାଇଏନ୍‌ଏସ୍‌): ମଦ ପାଇଁ ବାପାକୁ ମାରିବାକୁ ପଛାଇଲାନି ପୁଅ । ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ନିଜ ରାଗକୁ ସମ୍ଭାଳି ନପାରି ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ । ହତ୍ୟାକାରୀ ପୁଅ ଫେରାର୍ ଅଛି ।
ଗତକାଲି ରାତିରେ ଏହି ଘଟଣା ଘଟିଥିଲା । କରୁଣାକରଙ୍କ ସାନ ପୁଅ ମଦ ପିଇବାକୁ ତାଙ୍କୁ ଟଙ୍କା ମାଗିଥିଲା । କରୁଣାକର ଟଙ୍କା ନଦେବାକୁ ପୁଅ ପ୍ରଥମେ ଠେଙ୍ଗାରେ ପିଟିଥିଲା ଓ ପରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ପରିବାର ଲୋକ ରକ୍ତକ୍ତ ଅବସ୍ଥାରେ କରୁଣାକରଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ