କୋଟିଆ ବିଭାଜନ ନେଇ ଆନ୍ଧ୍ରର ଷଡ଼ଯନ୍ତ୍ର : ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼ାକିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼ାକିବା ଓ ଗୃହ କମିଟି କୋଟିଆ ଯିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଚିଠିରେ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ସୁପ୍ରିମକୋର୍ଟରେ କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ମୋକଦ୍ଦମା ଚାଲିଛି, ସେହି ସମୟରେ ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ଦେବା ଓ ସେହି ଅଞ୍ଚଳରେ ତେଲୁଗୁରେ ଲିଖିତ ଫଳକ ଲଗାଇବା ସୁପ୍ରିମକୋର୍ଟଙ୍କର ସ୍ଥିତାବସ୍ଥାର ଉଲଂଘନ । ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ବିଧାନସଭାର ମାନ୍ୟବର ବିଧାୟକମାନେ କୋଟିଆ ଗ୍ରସ୍ତରେ ଯାଇ ସେଠାକାର ଲୋକଙ୍କ ପାଖରେ ଯୋଜନାର ସୁଫଳ କିପରି ପହଞ୍ôଚବ, ସେଠାରେ ଓଡ଼ିଆ ଭାଷା ଓ ସଂସ୍କୃତିର ଅଭିବୃଦ୍ଧି ହୋଇପାରିବ, ସେ ଦିଗରେ ଗୃହ କମିଟି ଉଦ୍ୟମ କରିବା ଦରକାର । କେବଳ କୋଟିଆ ନୁହେଁ, ଆନ୍ଧ୍ର କବ୍‌ଜା କରିବାକୁ ଯାଉଥିବା ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ, ଛତିଶଗଡ଼ ଆଖି ପକାଇଥିବା ନୂଆପଡ଼ା ଜିଲ୍ଲାର ବିବାଦୀୟ ଅଞ୍ଚଳ ଏବଂ ପଶ୍ଚିମବଙ୍ଗ କବ୍‌ଜା କରିବାକୁ ଉଦ୍ୟମ କରୁଥିବା ଉଦୟପୁର ଅଞ୍ଚଳ ଓ ମୟୁରଭଞ୍ଜ ଜିଲ୍ଲାର ଝାଡ଼ଖଣ୍ଡ କବ୍‌ଜାରେ ଥିବା ବିବାଦୀୟ ଅଞ୍ଚଳକୁ ଗୃହ କମିଟି ଗ୍ରସ୍ତ କରି ଏହାର ସମାଧାନ କରିବା ଉଚିତ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବଦଳୀୟ ଗୃହ କମିଟିର ପ୍ରତିନିଧିମାନେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ