ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସକାଶେ ଓଡିଶାର ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ- ଅସିତ୍ ତ୍ରିପାଠୀ

ଛତ୍ରପୁର (ଦେବଦତ୍ତ ମହାରଣା): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମାଞ୍ଚଳ ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଯୋଗଦାନ କରି ଜଣାଇଥିଲେଯେ, ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କୁ ସଫଳ ଉଦ୍ୟୋଗୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଏହି ଦିଗରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକର ଆଶୁ ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାପନ କରିବା ପାଇଁ କହିଥିଲେ । ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ସମସ୍ୟା ଗୁଡିକ ସମ୍ପର୍କରେ ସବିଶେଷ ଆଲେଚନା ହୋଇଥିଲା । ବିଶେଷ କରି ଉଚ୍ଚ ଗୁଣବତ୍ତା ରହିତ ନିରବଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଇବା, ରାସ୍ତା ଘାଟ, ବ୍ୟାଙ୍କ ଗୁଡିକରୁ ସୁବିଧାରେ ଋଣ ଯୋଗାଣ, ଜଳ ଯୋଗାଣ ଓ ନିଷ୍କାଷନ, ଆଲୁଆ ବ୍ୟବସ୍ଥା ଇତ୍ୟାଦି ବିଷୟ ନେଇ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ତହସିଲ୍ ଗୁଡିକରେ 1041.228 ଏକର ପରିମିତ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡକୋ ଦ୍ବାରା ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଅଣୁକ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସକାଶେ ଆବେଦନ କରିଥିବା ବ୍ୟକ୍ତି ବିଶେଷ କିଭଳି ସୁବିଧାରେ ଏବଂ ସମୟସୀମା ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସୁଯୋଗ ପାଇବେ ସେ ଦିଗରେ ଡି. ଆଇ.ସି. ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିବା ସମସ୍ତ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ଠାରୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କର ସମସ୍ୟା ସମାଧାନ ଦିଗରେ ପରାମର୍ଶ ଦେଇ ଦୁଇ ଦିନର ବୈଠକ ସୁଚାରୁ ରୂପେ ସମ୍ପାଦିତ ହୋଇ ଅନେକ ଗୁଡିଏ ସମସ୍ୟାର ସମାଧାନ ଦିଗରେ ପଥ ପରିଷ୍କାର ହୋଇଥିବା ହେତୁ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକରେ ଇଡକୋ ପରିଚଳନା ନିର୍ଦ୍ଦେଶକ ବି.ଏସ୍.ପୁନିଆ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆପାଙ୍ଗ ଆଓ, ଜିଲ୍ଲା ଗ୍ରାମ୍ୟ ଉନ୍ନଯନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାଳ ଓ୍ବ. କିର୍ତ୍ତି ଓ୍ବାସନ, ଚାରିଗୋଟି ଜିଲ୍ଲାର ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ