ମିଟର ରିଡିଙ୍ଗ କର୍ମଚାରୀଙ୍କ ବିଭିନ୍ନ ଦାବୀ ନେଇ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା): ମିଟର ରିଡିଙ୍ଗ ଠିକାଦାରଙ୍କ ଟିପିଏସଓଡିଏଲ ର ବୈମାତୃକ ମନୋଭାବ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛନ୍ତି ମିଟର ରିଡିଙ୍ଗ ସଂଘ ର କର୍ମକର୍ତ୍ତା ମାନେ । ପୂର୍ବରୁ ମିଟର ରିଡିଙ୍ଗ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଠାରୁ ଆବଶ୍ୟକୀୟ ସରଞ୍ଜାମ ଗୁଡିକ ଠିକାଦାର ମାନେ ନେଇଯିବା ପରେ ବର୍ତ୍ତମାନ ସେମାନଙ୍କୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବା ସହ ସେମାନଙ୍କ ଦରମା ବୃଦ୍ଧି କରିବା ଭଳି ବିଭିନ୍ନ ଦାବି ନେଇ ମହେଶ୍ୱର ମାଳି ଙ୍କ ନେତୃତ୍ୱରେ ବୁଧୁବାର ରମ୍ଭା, ଛତ୍ରପୁର ଓ ଖଲ୍ଲିକୋଟ ସବ ଡିଭିଜନ୍ ର କର୍ମଚାରୀ ମାନେ ଟିପିଏସଓଡିଏଲ ର ନିର୍ବାହୀ ଯନ୍ତ୍ରୀ ଇଂ ସୁଦର୍ଶନ ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜ କିଶୋର ବଲ୍ଲଭଙ୍କୁ ଭେଟି ପୃଥକ ପୃଥକ ଭାବେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଏସ୍‌. ବାବୁ ରାଓ, ଡି.ସନ୍ତୋଷ ରେଡ୍ଡି, ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ସମେତ ଛତ୍ରପୁର, ରମ୍ଭା ଓ ଖଲ୍ଲିକୋଟ ସବ ଡିଭିଜନ୍ ର ସମସ୍ତ ମିଟର ରିଡର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ