ବିଶିଷ୍ଟ ଶିକ୍ଷାବିତ ଜଗଦିଶ ଚନ୍ଦ୍ର ଗିରିଙ୍କ ଦେହାନ୍ତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ବିଶିଷ୍ଟ ଶିକ୍ଷାବିତ ଜଗଦିଶ ଚନ୍ଦ୍ର ଗିରି ୦୮-୦୮-୨୧ରିଖ ଦିବା ୧୨ଟା୩୦ମିନିଟ ସମୟରେ ଆକସ୍ମିକ ହୃଦଘାତ ଯୋଗୁଁ ସ୍ବର୍ଗାରୋହଣ କରିଛନ୍ତି ।ସେ ଐତିହାସିକ ରାଇରଙ୍ଗପୁର ହାଇସ୍କୁଲର ୧୯୬୮ ମସିହା ମ୍ୟାଟ୍ରିକ ବ୍ୟାଚ୍ ର ଜଣେ ମେଧାବୀ ଛାତ୍ର ଥିଲେ ।ପରବର୍ତ୍ତୀ ସମୟରେ ସେ ଉଚ୍ଚତ୍ତୋର ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ସହ ଶିକ୍ଷକତା ବୃତ୍ତିକୁ ଆଦରି ନେଇଥିଲେ ।ତିରିଂ ବ୍ଲକର ଚାଙ୍ଗୁଆ,ରାଇରଙ୍ଗପୁର ବ୍ଲକର ସାନପାଖନା,ବିଜାତଳା ବ୍ଲକର କାଲାଝରୀ, ଛନପାଳ ପ୍ରାଥମିକ ବିଦ୍ୟାଳୟ ଏବଂ କୁସୁମୀ ବ୍ଲକର ଚଣ୍ଡିଦା , ବିଶୋଇ ବ୍ଲକର ବାଙ୍କି ୟୁ .ଜି.ଏମ୍ବ .ଇ ସ୍କୁଲ୍ ରେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନିର୍ବାହ କରିଥିଲେ।ପରବର୍ତ୍ତୀ ସମୟରେ ବିଶୋଇ ବ୍ଳକ୍ ରସ୍କୁଲ ପରିଦର୍ଶକ ଭାବେ କାର‌୍ୟ୍ୟ ତୁଲାଇ୨୦୧୦ ମସିହା ଫେବୃୟାରୀ ମାସରେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।ନିଜର ଶିକ୍ଷକତା ଜୀବନରେ ଜଣେ ଆର୍ଦଶ ଶିକ୍ଷକ ଭାବରେ ସୂନାମ ଅର୍ଜନ କରିବାସହ ଅନେକ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଠନ କରିଛନ୍ତି ।ଇଂରାଜୀ, ଭୂଗୋଳ, ଭାଷା ସାହିତ୍ୟ ରେ ରୁଚି ରଖିଥିବା ଜଣେ ଧୂରୀଣ ଶିକ୍ଷାଗୁରୁଙ୍କ ବିୟୋଗରେ ଅଞ୍ଚଳବାସୀ ମର୍ମାହତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।ତାଙ୍କରି ମର ଶରୀର ବାରିପଦା ସ୍ଥିତ ଏକ ଘରୋଇ ହସ୍ପିଟାଲରୁ ନିଜ ଜନ୍ମ ମାଟି ବଡମତଳିଆ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟର ପ୍ରାର୍ଥନା କରିଥିଲେ ।ତାଙ୍କ ସହଧର୍ମିଣୀ ଚାନ୍ଦିନି ଗିରି,ଏକ ମାତ୍ର ସନ୍ତାନ ଝିଅ ବିଜୟଲକ୍ଷ୍ମୀ ଗିରି,ଜାମାତା ରଞ୍ଜନ କୁମାର ନନ୍ଦ,ଦୁଇ ନାତି ଆର‌୍ୟ୍ୟମାନ ଓ ଆୟୁଷ୍ମାନ୍ ଏବଂ ପରିବାର ବରିଷ୍ଟ ସଦସ୍ୟ ବଡଭାଇ ଯତୀନ୍ଦ୍ର ନାଥ ଗିରି,ସାନ ଭାଇ ସୁବାସ ଚନ୍ଦ୍ର ଗିରି ଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ଜଗଦିଶ ଗିରିଙ୍କ ଶେଷ ଦର୍ଶନ କରିବା ସହ ବିଧି ବିଧାନ ଅନୁଯାୟୀ ତାଙ୍କ ଜେଷ୍ଠପୁତୁରା ସୁବ୍ରତ ଗିରି ମୁଖାଗ୍ନି ଦେବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ