୭୫ ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏନ୍.ଡି.ସି.ସି ତରଫରୁ ପ୍ରସ୍ତୁତି ବୈଠକ
ଘଟଗାଁ (ୱାଇଏନ୍ଏସ୍): ଚଳିତ ବର୍ଷ ୭୫ତମ ସ୍ୱାଧିନତା ଦିବସ ପାଳନ ପାଇଁ ଘଟଗାଁ ଜାତୀୟ ଦିବସ ସମାରୋହ କମିଟି ତରଫରୁ ଆଜି ଘଟଗାଁ ପାଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍,ଡି.ସି.ସି ସଭାପତି ତଥା ସ୍ଥାନୀୟ ତହସିଲ୍ଦାର ଜନକ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଘଟଗାଁ ବିଡିଓ ନାରାୟଣ ସାହୁ, ଏବିଡିଓ ଚିତରଞନ ନାୟକ ଓ ଘଟଗାଁ ବ୍ଲକ୍ ଚେୟାରମ୍ୟାନ୍ ଦ୍ରୈାପଦୀ ଦଣ୍ଡପାଟ ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ୍-୧୯ ନିୟମକୁ ମାର୍ଗ ଦର୍ଶିକା ଅନୁଯାୟୀ ଘଟଗାଁ ବ୍ଲକ୍ ପରିସରରେ ସ୍ୱାଧିନତା ଦିବସ ପାଳନ କରାଯିବ ବୋଲି ମତାମତ ପ୍ରଦାନ କରିଥିଲେ । ତେବେ ଚଳିତ ବର୍ଷ ସ୍ୱାଧିନତା ଦିବସରେ ଘଟଗାଁ ତହସିଲ୍ଦାର ଜନକ କୁମାର ନାଏକ ମୁଖ୍ୟ ଅତିଧି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବେ । ଜାତୀୟ ପତାକା ଉତୋଳନ ସମୟ ସକାଳ ୯ଘଟିକାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ସମାରୋହରେ ପୂର୍ବରୁ ହୋଇଆସୁଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ପ୍ୟାରେଡ୍ ଅନୁଷ୍ଠିତ ହେବ ନାହିଁ ବୋଲି ଘଟଗାଁ ଏନ୍,ଡି.ସି.ସି ଘୋଷଣା କରିଛି । ପତାହା ଉତୋଳନ କାର୍ଯ୍ୟକ୍ରମ ସରିବା ପରେ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବ ବୋଲି ସୁଚନା ମିଳିଛି । ତେବେ ଆଜିର ପ୍ରସ୍ତୁତି ବୈଠକରେ ଶିକ୍ଷକ ରୋହିତ କୁମାର ବେହେରା ପୂର୍ବ ଅଧିବେଶନ ପ୍ଧଙ୍ଖ ସହ ସଭା ସଂଯୋଜନା କରିଥିବା ବେଳେ ଏନ୍.ଡି.ସି.ସି ବରିଷ୍ଠ ସଦସ୍ୟ ଭୀମସେନ୍ ବଳ ପୂର୍ବ ସମାରୋହର ଆୟବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧଯୟରେ ସଦସ୍ୟ ଅଲ୍ଲି ଅହମ୍ମଦ, ଡମ୍ବରୁଧର ବେହେରା, ସାମ୍ବାଦିକ ଯୋଗେଶ ପଣ୍ଡା, କୂଳମଣୀ ନାୟକ, ରାହାସ ବିହାରୀ ନାଏକ, ବରିଷ୍ଠ ସମାଜସେବୀ ଜଗବନ୍ଧୁ ଶା ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।