ବ୍ଲକ ସ୍ତରୀୟ ଜ୍ଞାନ ବନ୍ଧୁ ତାଲିମ ଶିବିର ଅନୁଷ୍ଠିତ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଡ଼ବେରି ସେବାଶ୍ରମରେ ଠାରେ ଏକ ବ୍ଲକ ସ୍ତରୀୟ ଜ୍ଞାନ ବନ୍ଧୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବ୍ଲକ ମଙ୍ଗଳ ଅଧିକାରୀ ବୁରୁମାଝୀ ପଡ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜ୍ଞାନ ବନ୍ଧୁ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା କରି ଏହି ଅସାଧାରଣ ପରିସ୍ଥିତି ରେ ଛାତ୍ର ଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷଣ ପ୍ରକ୍ରିୟା ସହିତ ସଂଯୁକ୍ତ ରଖିବା ପାଇଁ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଥିବା କହିଛନ୍ତି । କାର୍ଯ୍ୟକ୍ରମ ରେ ତାଲିମ ନେବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୀବିକା ସୁରକ୍ଷା ମଞ୍ଚ” ପକ୍ଷରୁ ୧୨୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ଏକ ଦିନିଆ ତାଲିମ ନେଇଥିଲେ। ଶିକ୍ଷକ ଜୀବନ କୁମାର ଦିଗାଲ ଓ ମହର୍ଷି ମଲିକ ତାଲିମ ପ୍ରଦାନ କରିଥିବା ବେଳେ ଅନ୍ୟ ତିନୋଟି ବିଷୟ ଗଣିତ,ଓଡ଼ିଆ ଓ ଇଂରାଜୀ ପଢ଼ାଇବା ପାଇଁ ତାଲିମ ଦେଇଥିଲେ । ଏଥିରେ ଜୀବିକା ସୁରକ୍ଷା ମଞ୍ଚର ସଂଯୋଜକ ରାଜିବ ମଲିକ , ବ୍ଲକ ସଂଯୋଜିକା ବିଳାସିନୀ ନାୟକ ଓ ଡାଟା ଏଣ୍ଟ୍ରି ଅପରଟେର ଅମିତ ନାୟକ ଶିବିରରେ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମ ରେ ସମସ୍ତ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ