ପ୍ରସୂତୀ ଆଦିବାସୀ ମହିଳାଙ୍କ ତିନି ଶିଶୁ କନ୍ୟା ଜନ୍ମ ମା ଓ ଶିଶୁ କନ୍ୟା ସୁରକ୍ଷିତ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଡେଙ୍ଗାଓସ୍ତା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଦିବାସୀ ମହିଳାଙ୍କ ଗର୍ଭ ରୁ ତିନୋଟି ଶିଶୁ କନ୍ୟା ଜନ୍ମ ଲାଭ କରିଛନ୍ତି ସାନଖେମୁଣ୍ଡି ଅଞ୍ଚଳରେ ଏ ଭଳି ଜନ୍ମ ହେବା ପ୍ରଥମ ଜଣାପଡ଼ିଛି ସାନଖେମୁଣ୍ଡି ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟି ଗୋବିନ୍ଦପୁର ପଂଚାୟତ ର ଖେମୁଣ୍ଡିଖୋଲ ଗ୍ରାମର ସାରାବତୀ ମଣ୍ଡଳ ମହିଳାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକ ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ।ମେଡିକାଲ ରେ ଥିବା ଫାଷ୍ଟ ନର୍ସ ମଧୁସ୍ମିତା ପଟ୍ଟନାୟକ ଙ୍କ ଅଭିଜ୍ଞତା ଫଳରେ ଗୋଟିକ ପରେ ଗୋଟିଏ ତିନୋଟି କନ୍ୟା ଶିଶୁ ଙ୍କୁ ସଫଳତା ର ସହ ପ୍ରଶୃତି କରାଇଥିଲେ।ତିନୋଟି ଶିଶୁ କନ୍ୟା ଓ ମାଆଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥିବା ଆଡ଼ପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ବାହାନ ଦାସ ସୂଚନା ଦେଇଛନ୍ତି।ଶିଶୁ କନ୍ୟା ଏବଂ ମା ର ସରକାରୀ ସ୍ତର ରେ ଅଧିକା ସୁବିଧା ଦେବା ସହ ଲାଳନ ପାଳନ ପୃଷ୍ଟିକର ଖାଦ୍ୟ ସରକାର ଙ୍କ ପ୍ରଚ୍ଛନ୍ନୟ ରାଶି ପ୍ରଦାନ କଲେ ମା ଓ ଶିଶୁ ମାନେ ସୁରକ୍ଷିତ ରହିପାରିବେ ବୋଲି ଅଞ୍ଚଳ ବାସୀ ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ