ରାଇରଙ୍ଗପୁରରେ ଓଡିଶା ସଂଗୀତ ନାଟକ ଏକାଡେମୀର ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଦୀକ୍ଷାନ୍ତ’
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଓଡିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ କୁମାର ରଥଙ୍କ ଦ୍ବାରା ରାଇରଙ୍ଗପୁରସ୍ଥ ବାମନଘାଟୀ ଛଉ ଭଵନ ପରିସରରେ ‘ଦୀକ୍ଷାନ୍ତ’ କାର୍ଯ୍ୟକ୍ରମ ଦ୍ବାରା ଲୁପ୍ତ ପାଉଥିବା ଝୁମର ସଂଗୀତ ଓ ନୃତ୍ୟର ପୁନ୍ର୍ଉଦ୍ଧାର ପାଇଁ ଝୁମର ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଥିଲା ଏଥିରେ ବାମନଘାଟୀ ଛଉ ପ୍ରତିଷ୍ଠାନର ସଂପାଦକ ଦୁଷ୍ମନ୍ତଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ଝୁମର ସଂଗୀତ ଓ ନୃତ୍ୟଗୁରୁ ସୁବାସ ପାତ୍ର ଝୁମର ସଂଗୀତ ଓ ନୃତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଝୁମର କଳାର ଇତିହାସ ଓ ତାର ପ୍ରଗତି ଉପରେ ନିଦର ଅନୁଭୁତିକୁ ବଖାଣିଥିଲେ । ଦୁଷ୍ମନ୍ତ ବସା ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ ସାରଳା ପୁରଷ୍କାରପ୍ରାପ୍ତ ଝୁମର ବିଶାରଦ ଗୁରୁ ଗିରିଶ ଚନ୍ଦ୍ର ମହାନ୍ତଙ୍କ ସ୍ମୃତିଚାରଣ କରି ଝୁମର ସଂଗୀତ ଓ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ଏହାର ଉଦେଶ୍ୟ ବୋଲି କହିଥିଲେ ।ଓଡିଶାର ବିଶିଷ୍ଟ ଝୁମର ଗାୟିକା ଗୁରୁମା ବଵିତା କଲିଆର ଏହି ନୂତନ ଝୁମର ଶିକ୍ଷାକେନ୍ଦ୍ରର ଶିକ୍ଷୟତ୍ରୀ ଭାବେ ଶିକ୍ଷା ଦାନ କରିବେ ।ତାଙ୍କ ଅଧିନରେ ୧୦ ଜଣ ଶିକ୍ଷାର୍ଥି ରହିବେ ।ସେ ସେମାନଙ୍କୁ ନୃତ୍ୟ ଓ ସଂଗୀତ ଶିକ୍ଷାଦାନ କରିବେ । ଏହି କାର୍ଯ୍ୟକ୍ରମ ରେ ବିଭୂତି ମହାନ୍ତ,ରାଜକାପୁର ମହାନ୍ତ, ସୁନିଲ ମହାନ୍ତ,ଜୀବନ ପାତ୍ର ,ଦ୍ବାରିକାନାଥ ମହାନ୍ତ ଏବଂ ବହୁ ଝୁମର ଓ ଛଉ କଳାକାରମାନେ ଉପସ୍ଥିତ ହୋଇଥିଲେ ।ପ୍ରଥମ ଥର ପାଇଁ ଝୁମର ଶିକ୍ଷାକେନ୍ଦ୍ର ଖୋଲିଥିବାରୁ କଳାକାରମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା ।


