କୃଷି ସଚିବଙ୍କ ହାଟଡିହି ଅଞ୍ଚଳ ଗସ୍ତ

ହାଟଡ଼ିହି, (ବିକାଶ ବିଶ୍ୱାଳ): କୃଷି ବିଭାଗର ସ୍ୱତନ୍ତ୍ର ସଚିବ ତଥା କେନ୍ଦୁଝର ଜିଲ୍ଲାର ନୋଡାଲ ଅଫିସର ଥିବା ମନ୍ମଥ କୁମାର ପାଣି ଆଜି ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି ଫେରିଯାଇଛନ୍ତି । ବଞ୍ଚୋ, ଅକରୁଆ ଓ ଶାସଙ୍ଗ ପଞ୍ଚାୟତର ସମ୍ଭାବ୍ୟ ମରୁଡି ପ୍ରବଣ ଅଞ୍ଚଳ ପରିଦର୍ଶନ କରି ଫେରିଯାଇଛନ୍ତି । ତାଙ୍କ ସହିତ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ସ୍ୱାଇଁ, ସହକାରୀ କୃଷି ଅଧିକାରୀ ରାମଚନ୍ଦ୍ର ଦାସ ପ୍ରମୁଖ ଆମ୍ବଗଡିଆ, ଦଧିବାନପୁର, ବଞ୍ଚେ, ଚୋରଗଡିଆ, ଭାତକରୁଆ, ଗୋପାଳପୁର ଆଦି ଗ୍ରାମର ଚାଷଜମି ଗୁଡିକ ପଡିଆ ପଡିଥିବା ଦେଖିବା ସହ ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ଚାଷୀ ମାନଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ । ବର୍ଷା ନଥିବାରୁ ଓ ଜଳସେଚନର ସୁବିଧା ନଥିବାରୁ ହାଟଡିହି ବ୍ଲକର କିଛି ପଞ୍ଚାୟତରେ ୯୦ଭାଗ ଚାଷଜମି ପଡିଆ ପଡିଥିବା ସେ ସୁଚନା ଦେଇଛନ୍ତି । ଏହି ସମୟ ଭିତରେ ୯୦ଭାଗରୁ ଉର୍ଦ୍ଧ ଜମିରେ ଚାଷକାମ ସରିଯାଇଥିବାବେଳେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ସୁଚନା ଦେଇଛନ୍ତି । ଚାଷୀମାନେ କିଛି ସ୍ଥାନରେ ପାଣି ମଡାଇ ଧାନତଳିକୁ ବଞ୍ଚାଇ ରଖିଥିବାବେଳେ ଯଦି ଅଗଷ୍ଟ ସେପ୍ଟେମ୍ବର ଭିତରେ ଭଲ ବର୍ଷା ହୁଏ ତେବେ ଚାଷ କାମକୁ ଆଗେଇ ନେବାର ଆଶା କରାଯାଉଛି ବୋଲି କହିଛନ୍ତି । ଭଲ ବର୍ଷା ନହେଲେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘସିପୁରା ଓ ହାଟଡିହି ବ୍ଲକରେ ମରୁଡି ହେବାର ସମ୍ଭାବନା ଅଛି ବୋଲିିି କହିଥିଲେ । ବ୍ଲକର ଅକରୁଆ, ଶାସଙ୍ଗ, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ଆଇତିପୁର, ସମଣା, ଢ଼େଙ୍କା, ହଦଗଡ, ବାଲିବରେଇ, ସୋସୋ, ପଢ଼ିଆରିପଲ୍ଲୀ, କେ ବାଲିପାଳ, ବାଙ୍ଗୋର ପ୍ରଭୃତି ପଞ୍ଚାୟତରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏବେସୁଧା ଚାଷଜମି ପଡିଆ ପଡିଥିବାବେଳେ ଅନେକ ସ୍ଥାନରେ ତଳି ଗୁଡିକ ଶୁଖି ନଷ୍ଟ ହୋଇଯାଇଛି । ଏହି ସବୁ ପଞ୍ଚାୟତର କିଛି ସ୍ଥାନରେ ଲୋକମାନେ ନିଜସ୍ୱ ଉଦ୍ୟମରେ ପାଣି ମଡାଇ ଚାଷକାର୍ଯ୍ୟ ଚଳାଇଥିବାବେଳେ ଯଦି ବର୍ଷ ନହୁଏ ତାହା ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ