ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠନ ପାଇଁ ବୈଠକ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବାଲିଗୁଡା ନିର୍ବାଚନ ମଣ୍ଡଳୀ କ.ନୂଆଗାଁ ବ୍ଲକ ଜିରିଡ଼ିକିଆ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କମିଟି ଗଠନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗଦେଇ କମିଟି ଗଠନ କରିବା ସହ ଗ୍ରାମ ବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, କ.ନୂଆଗାଁ ବ୍ଲକ ବିଜୁ ଜନତା ଦଳ ସଭାପତି ବାସୁଦେବ ପଣ୍ଡା, ବ୍ଲକ ନାରିନେତ୍ରୀ ଶ୍ରୀମତୀ ଅନିତା ମଲିକ ପ୍ରମୁଖ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ