ସ୍ୱାଧୀନତା ଦିବସରେ ଓଡିଶାରୁ ୮୦ ପୋଲିସ୍ ଅଧିକାରୀଙ୍କୁ ପଦକ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ କର୍ମଚାରୀମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ଶନିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପଦକ ଲାଗି ମନୋନୀତ ପୋଲିସ କର୍ମଚାରୀଙ୍କ ନାମ ପ୍ରକାଶ କରାଯାଇଥିଲା । ଓଡ଼ିଶାର ୨ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ, ୬୭ଜଣଙ୍କୁ ବୀରତା ପଦକ ଓ ୧୧ଜଣଙ୍କୁ ଉତମ ସେବା ପାଇଁ ପୋଲିସ ପଦକ ମିଳିଛି । ରାଷ୍ଟ୍ରପତି ପଦକ ପାଇଲେ ଦୁଇ ପୋଲିସ୍ ଅଧିକାରୀ ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସ କନେଷ୍ଟବଳ ଭାବଗ୍ରାହୀ ତ୍ରିପାଠୀ । ଉଲ୍ଲେଖନୀୟ ସେବା ପାଇଁ କଟକ ସେଂଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଂଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡା, ବରଗଡ଼ର ଡେପୁଟିଏସପି ପ୍ରଦୀପ କୁମାର ସାହୁ, ସମ୍ବଲପୁରର ଡେପୁଟି ଏସପି ତପନ କୁମାର ସାହୁ, ଭବାନୀପାଟଣାର ଭିଜିଲାନ୍ସ ଡେପୁଟିି ଏସପି ସତ୍ୟବାନ ମହାନନ୍ଦ, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏସଆଇ ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ୱର ୟୁପି ଓ ଟିଟିଆଇର ହାବିଲଦାର ଶେଖ୍ ଅବିର, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ଭଗବାନ ସାହୁ ଓ ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନର ସିପାହି ବିଶ୍ୱକର୍ମା ମୁଣ୍ଡାଙ୍କୁ ପୋଲିସ ପଦକ ମିଳିଛି ।
ଏହା ବ୍ୟତୀତ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୭ଜଣଙ୍କୁ ରାଷ୍ଟ୍ରପତିଙ୍କ ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ପଦକ ମିଳିଛି । ଓଡ଼ିଶାରୁ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀ ସମରେଶ ସାମଲ ଓ ଭିକାରୀ ଚରଣ ସାହୁ, ହୋମଗାର୍ଡ ମଧୁସୂଦନ ପଣ୍ଡା, ଆନନ୍ଦମଣି ତୁତି ଓ ନିରାକର ପଲେଇ, କମ୍ପାନି କମାଣ୍ଡର ଲକ୍ଷ୍ମଣ କାଲୋ ଏବଂ ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡର ନିର୍ମଳ କୁମାର ଦାସ ଏହି ପଦକ ପାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ