ପୁରୀ ଏବଂ ରାଉରକେଲା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି । ପୂର୍ବ ତଟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆ ଯାଇଛି ।ମିଳିଥିବା ସୂଚନା ଅନୁସାରେ ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ । ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନ କୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତି ନିଆଯାଇଅଛି । ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ