ବିଜୁଜନତା ଦଳର କର୍ମକର୍ତ୍ତାଙ୍କୁ ବଡ଼ ବୋର୍ସିଂ ପଂଚାୟତ ତରଫରୁ ସମ୍ବର୍ଦ୍ଧନା ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ପକ୍ଷରୁ ନୂତନ ଭାବେ ନବ ନିଯୁକ୍ତ ହୋଇଥିବା କର୍ମକର୍ତ୍ତାଙ୍କୁ ସମ୍ମାନୀତ କରିବା ପାଇଁ ବ୍ଳକ୍ ବିଜେଡ଼ି ସାଧାରଣ ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ମିଳିତ ଭାବେ ବିରୋଧୀ ସହ ଲଢେଇ କରିବାକୁ ଆହ୍ୱାନ୍ ଦେଇଥିଲେ I ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଳା ଉପସଭାପତି ତ୍ରିଲୋଚନ ଜେନା, ଜିଲ୍ଳା ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ, ଜିଲ୍ଳା କାର୍ଯ୍ୟକାରୀଣି ସଦସ୍ୟ ପ୍ରଶାନ୍ତ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ଜିଲ୍ଳା ଯୁବ ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ସାହୁ,ଜିଲ୍ଳା ଯୁବ ସମ୍ପାଦକ ଅଯୋଧ୍ୟା ବେହେରା, ବ୍ଳକ୍ ଯୁବ ସଭାପତି ଶିବରାମ ରାଉତ,ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା,ବ୍ଳକ୍ ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ନାୟକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ଅମିତ୍ କୁମାର ନାୟକ, ସମିତି ସଭ୍ୟା ମମତା ଭୋଳ, ପଂଚାୟତ ବିଜେଡ଼ି ସଭାପତି ଖଦାଳ ସ୍ୱାଇଁ, ସମାଜସେବୀ ଭଞ୍ଜ ପ୍ରଧାନ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ