ସଂକୀର୍ତ୍ତନ ଗୁରୁ ଭାସ୍କର ନାୟକଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଅଞ୍ଚଳର ବିଶିଷ୍ଟ ସଂକୀର୍ତ୍ତନ ଗୁରୁ କାନକୁଟୁରୁ ଗ୍ରାମର ଭାସ୍କର ନାୟକଙ୍କ ଅଗଷ୍ଟ ୧୬ ତାରିଖ ଭୋର ପ୍ରାୟ ୫ ଟା ସମୟରେ ୯୩ ବର୍ଷ ବୟସରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ତାଙ୍କର ଏକ ମାତ୍ର ଝିଅ ଥିବାବେଳେ ସେ ନାତିଙ୍କୁ ପୁତ୍ର ଭାବେ ଗ୍ରହଣ କରିଥିଲେ। ସ୍ବର୍ଗତ ଗୁରୁ ଭାସ୍କର ନାୟକ ନିଜଗ୍ରାମ କାନକୁଟୁରୁ ସହ ଶଙ୍କୁରୁ, ଚିଲିଖମା,ଘୋଳପୁର, ନଗୁଡୁ, ପଙ୍କଳସାହି,ବୁଗୁଡା, କାଦପଡା, ଗଣ୍ଡାଧାର, କାଦପଡା, ଢୁଙ୍କାପଡା, କଣଛାଇ, କେନ୍ଦୁବାଡି ସହ ଆହୁରି ଅନେକ ଗ୍ରାମରେ ସଂକୀର୍ତ୍ତନ ଶିକ୍ଷା ପ୍ରଦାନ କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରକାଶ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ