ପାରଳା ନଗର ବିଶ୍ୱହିନ୍ଦୁ ପରିଷଦ ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୟୁଟେକ୍ କମ୍ପୁଟର ଅନୁଷ୍ଠାନ ଠାରେ ପାରଳା ନଗର ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଉକ୍ତ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ଜିଲ୍ଲା ଧର୍ମାଚାର୍ଯ୍ୟ ମୁଖ୍ୟ ମହନ୍ତ ରାମାନନ୍ଦ ଦାସଜୀ, ପରିଷଦର ଜିଲ୍ଲା ସଭାପତି କୌଳାସ ଚନ୍ଦ୍ର ଗୌଡ, ଜିଲ୍ଲା ଉପସଭାପତି ଆଶାଲତା ପାଣିଗ୍ରହାୀ, ଜିଲ୍ଲା କୋଷାଧ୍ୟକ୍ଷ ହରିମୋହନ ପଟ୍ଟନାୟକ, ଜିଲ୍ଲା ବଜରଙ୍ଗ ଦଳ ପ୍ରମୁଖ ଲୋକନାଥ ମିଶ୍ର, ନଗର ସଭାପତି କୈଳାସ ଚନ୍ଦ୍ର ପଟ୍ଟନାୟକ, ନଗର ସମ୍ପାଦକ ମନୋଜ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ନଗର ବଜରଙ୍ଗଦଳ ସଂଯୋଜକ ସତ୍ୟନାରାୟଣ କାର୍ଯୀ ଗାନ କରିବା ସହ ନଗର ସଭାପତି କୌଳାସ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମକୁ ଲୋକନାଥ ମିଶ୍ର ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କା ର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମରସଭା ପ୍ରମୁଖ ନୃସିଂହ ଗୌଡ, ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ସୀତାରାମ ପାଢୀ, ପରିଷଦର ନଗର ଉପସଭାପତି ମୀନା କୁମାରୀ ଟହଲ, ନଗର ସହ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଢି, ଧର୍ମ ପ୍ରଚାର ପ୍ରମୁଖ ସନ୍ଦୀପ ମହାନ୍ତି, ଅର୍ଚ୍ଚକ ଓ ପୂଜକ ଦୁର୍ଗା ପ୍ରସାଦ ଦାସ, ମାତୃଶକ୍ତି ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ ।