ମହାନାଦପୁର ପଂଚାୟତ ରେ ସତରଞ୍ଜି କାର୍ଯ୍ୟକ୍ରମ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ପଞ୍ଚାୟତ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ କ୍ରମେ “ସତରଞ୍ଜି ” ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସରକାରଙ୍କ ଯେତେଗୁଡିଏ ଯୋଜନା ହୋଇଛି ,ସେ ବିଷୟରେ ସାଧାରଣ ଲୋକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଗଣ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାର ଚଟାଣରେ ବସି ଆଲୋଚନା କରିବେ ତତ୍ ସହ ତାହା ଠିକ ଭାବରେ ଲୋକଙ୍କ ପାଖରେ ପହଁଚିଛି ନା ନାହିଁ ଏବଂ ଆଉ କୋଉ ମାଧ୍ୟମ କଲେ ଲୋକଙ୍କୁ ସେବା ସରଳ ହୋଇପାରିବ ତାହା ବୈଠକରେ ଆଲୋଚନା ହୋଇଥାଏ । ଅନ୍ୟ ମାନଙ୍କ ମଧ୍ୟରେ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ, ନିଖିଲ ମୋହନ ବସ୍ତିଆ (ଏମ.ଆଇ), ରାଜେନ୍ଦ୍ର ମଲିକ (ବି.ଏସ.ଏସ.ଓ) ଅର୍ଚ୍ଚିତା ପାଣିଗ୍ରାହୀ (ଏ.ପି.ଓ),ମାନିନୀ ଜେନା (ବି.ପି.ଏମ),ସରପଞ୍ଚ ରୁନିତା ବେହେରା, ସମିତିସଭ୍ୟ ଅଶୋକ ପାଣିଗ୍ରାହୀ, ନାଏବ ସରପଞ୍ଚ ସିମାଞ୍ଚଳ ମଣ୍ଡଳ, ପଞ୍ଚାୟତସ୍ତରୀୟ ମହାସଂଘର ସଭାପତି ସଂକୁନ୍ତଳା ପାତ୍ର, ଜ୍ୟୋତ୍ରିମୟୀ ବେହେରା (ଏମ.ବି.କେ),ନଳିନୀ ମହାପାତ୍ର (ସି.ଆର.ପି),ସୁନିତା ବେହେରା (ସି.ଆର.ପି),ଭାରତୀ ରାଉଳ (ସି. ଆର.ପ ),ଲଷ୍ମୀ ବେହେରା(ବ୍ୟାଙ୍କ ମିତ୍ର) ,ପୁର୍ନବାସୀ ବେହେରା (ପ୍ରାଣୀ ମିତ୍ର )ଦୀପ୍ତିମୟୀ ବେହେରା ( ପି.ଏ. ଜି)ଙ୍କ ସମେତ ବହୁ ଗ୍ରାମବାସି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ