ଡିଫେନ୍ସ ଇଣ୍ଡିଆ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ ୫.୦ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସିଂ ଜରିଆରେ ଅଗଷ୍ଟ ୧୯, ୨୦୨୧ରେ ଡିଫେନ୍ସ ଇଣ୍ଡିଆ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ (ଡିଆଇଏସସି) ୫.୦ର ଶୁଭାରମ୍ଭ କରିଛନ୍ତି । ଇନୋଭେସନ୍ସ ଫର ଡିଫେନ୍ସ ଏକ୍ସେଲେନ୍ସ-ଡିଫେନ୍ସ ଇନୋଭେସନ ଅର୍ଗାନାଇଜେସନ (ଆଇଡିଇଏକ୍ସ-ଡିଆଇଓ) ଅଧୀନରେ ଏହାର ଆରମ୍ଭ କରାଯାଇଛି । ଡିଆଇଏସସି ୫.୦ରେ ସେନାବାହିନୀରୁ ୧୩ଟି ଏବଂ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ଡିପିଏସୟୁ)ରୁ ୨୨ଟିକୁ ମିଶାଇ ମୋଟ ୩୫ଟି ପ୍ରୋବ୍ଲେମ ଷ୍ଟେଟମେଂଟ (ସମସ୍ୟା ସମାଧାନ ବିବରଣୀ) ଉନ୍ମୋଚନ କରାଯାଇଛି । ସିଚୁଏସନାଲ ଆୱାରନେସ ବା ପରିସ୍ଥିତିଜନିତ ସଚେତନତା, ପରିବର୍ଦ୍ଧିତ ବାସ୍ତବତା ବା ଅଗମେେଂଟଡ ରିୟଲିଟି, ଆର୍ଟିଫିସିଆଲ ଇେଂଟଲିଜେନ୍ସ ବା କୃତ୍ରିମ ବୌଦ୍ଧିକତା, ଯୁଦ୍ଧବିମାନ-ପ୍ରଶିକ୍ଷଣ, ନନ୍‌-ଲିଥାଲ ଡିଭାଇସ, ଫାଇଭ ଜି ନେଟୱର୍କ, ଅଣ୍ଡରୱାଟର ଡୋମେନ ଆୱାରନେସ ବା ଗଭୀର ଜଳ କ୍ଷେତ୍ରରେ ସଚେତନତା, ଡ୍ରୋନ ଏସଡବ୍ଲୁଏଆରଏମଏସ ଏବଂ ଡାଟା କ୍ୟାପଚରିଂ ଆଦି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି । ନିକଟ ଭବିଷ୍ୟତରେ ସାମରିକ କ୍ଷମତା ବୃଦ୍ଧି ସୁନିଶ୍ଚିତ କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ପ୍ରୋବ୍ଲେମ ଷ୍ଟେଟମେଂଟଗୁଡ଼ିକ ସଦ୍ୟତମ ଓ ସର୍ବୋଚ୍ଚ ସଂସ୍କରଣ ଉପରେ ଆଧାରିତ । ଆଇଡିଇଏକ୍ସ-ଡିଆଇଓକୁ ପ୍ରଶଂସା କରି ଶ୍ରୀ ରାଜନାଥ ସିଂ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ସମୟରେ ଡିଆଇଏସସି ୫.୦ର ଶୁଭାରମ୍ଭ କରାଯିବା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଡିଆଇଏସସି ୫.୦ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର’ ହେବା ଦିଗରେ ସରକାରଙ୍କ ସଂକଳ୍ପର ଏକ ପ୍ରତିଫଳନ ବୋଲି ସେ କହିଥିଲେ । ପୂର୍ବ ସଂସ୍କରଣ ତୁଳନାରେ ଏହି ଚ୍ୟାଲେଞ୍ଜ ଆହୁରି ଅଧିକ ଉପଲବ୍ଧି ହାସଲ କରିବ ଏବଂ ନବୋନ୍ମେଷ, ଡିଜାଇନ ଓ ବିକାଶକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇସାରିଥିବା ଡିଆଇଏସସିର ଚାରିଟି ସଂସ୍କରଣ ବିଷୟରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୪୦ରୁ ଅଧିକ ପ୍ରଯୁକ୍ତି କ୍ଷେତ୍ରରେ ୮୦ରୁ ଅଧିକ ଷ୍ଟାର୍ଟଅପ୍ସ, ଏମଏସଏମଇ ଏବଂ ବ୍ୟକ୍ତିଗତ ଉଦ୍ଭାବକମାନେ ବିଜେତା ଭାବେ ଏଥିରେ ସାମିଲ ହୋଇଥିଲେ । ସେ ଆହୁରି କହିଥିଲେ ଯେ ଡିଆଇଏସସି ୫.୦ରେ ଉନ୍ମୋଚନ ହୋଇଥିବା ଆଧୁନିକ ଓ ଭବିଷ୍ୟ ଉନ୍ମୁଖି ପ୍ରୋବ୍ଲେମ ଷ୍ଟେଟମେଂଟଗୁଡ଼ିକ ଏଥିରେ ଅଂଶଗ୍ରହଣ କରିଥିବା ଯୁବ ଉଦ୍ୟମୀ ଏବଂ ଉଦ୍ଭାବକମାନଙ୍କ ଆତ୍ମବିଶ୍ୱାସକୁ ଦର୍ଶାଉଛି ।ବିଶ୍ୱର ଭୂ-ରାଜନୈତିକ ଏବଂ ସୁରକ୍ଷା ପରିଦୃଶ୍ୟ ଦ୍ରୁତ ଗତିରେ ବଦଳିବାକୁ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଏକ ଦୃଢ଼, ଆଧୁନିକ ଏବଂ ସୁସଜ୍ଜିତ ସାମରିକ ଶକ୍ତି ସହିତ ଅନୁରୂପ ଭାବେ ସମର୍ଥ ଓ ଆତ୍ମନିର୍ଭର ପ୍ରତିରକ୍ଷା ଉଦ୍ୟୋଗ ନିର୍ମାଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଲକ୍ଷ୍ୟ ହାସଲ ଦିଗରେ, ଆଇଡିଇଏକ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ସରକାର, ସେନାବାହିନୀ, ବିଶେଷଜ୍ଞ, ଉଦ୍ୟୋଗ, ଷ୍ଟାର୍ଟଅପ, ଉଦ୍ଭାବକମାନଙ୍କୁ ଏକ ମଂଚ ଯୋଗାଇଛି । ଯାହାଫଳରେ ସେମାନେ ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରକୁ ପୂର୍ଣ୍ଣ ସମ୍ଭାବନା ଦିଗରେ ପହଂଚାଇବା ଲାଗି ମିଳିତ ଭାବେ କାର୍ଯ୍ୟ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ।ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଥିଲେ ଯେ ଆଇଡିଇଏକ୍ସ୪ଫଉଜୀ ଏହିପରି ଏକ ଯୋଜନା ଯାହା ସେନାବାହିନୀର କର୍ମଚାରୀମାନଙ୍କୁ ଏହିସବୁ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଲାଗି ସୁଯୋଗ ଯୋଗାଇ ଦେଉଛି । ଆଇଡିଇଏକ୍ସ ଦେଶରେ ପ୍ରତିଭା ଓ ଚାହିଦା ମଧ୍ୟରେ ରହିଥିବା ବ୍ୟବଧାନକୁ ପୂରଣ କରିବା କ୍ଷେତ୍ରରେ ସଫଳ ହୋଇଛି । ନବୋନ୍ମେଷକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ସିଂ କହିଥିଲେ । ସେ କହିଥିଲେ ଯେ, ୨୦୨୧-୨୨ ଆର୍ôଥକ ବର୍ଷରେ ଆଇଡିଇଏକ୍ସ ଜରିଆରେ ୧,୦୦୦ କୋଟି ଟଙ୍କାର ଘରୋଇ କ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି । ୩୦୦ରୁ ଅଧିକ ଷ୍ଟାର୍ଟଅପକୁ ସହାୟତା ଯୋଗାଇ ଦେବା ଏବଂ ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରରେ ନବୋନ୍ମେଷକୁ ପ୍ରୋତ୍ସାହନ ଦେବା ଲାଗି ଆସନ୍ତା ୫ ବର୍ଷ ପାଇଁ ୪୯୮.୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।ଘରୋଇ କ୍ଷେତ୍ର ସହ ଭାଗିଦାରୀ, ପ୍ରଯୁକ୍ତି ହସ୍ତାନ୍ତର ଏବଂ ୨୦୦ରୁ ଅଧିକ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସମ୍ପର୍କରେ ଶ୍ରୀ ରାଜନାଥ ସିଂ ସୂଚନା ଦେଇଥିଲେ । ଆତ୍ମନିର୍ଭରଶୀଳତାର ପ୍ରୋତ୍ସାହନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଥିଲେ । ସ୍ୱଦେଶୀ ଭାବେ ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିକଶିତ କରିଥିବା ବିଭିନ୍ନ ଅଂଶୀଦାରମାନଙ୍କୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ‘ମେକ ଇନ ଇଣ୍ଡିଆ-ମେକ ଫର ଦ ୱର୍ଲ୍ଡ’ ଲକ୍ଷ୍ୟକୁ ବାସ୍ତବ ରୂପ ଦେବାକୁ ହେଲେ ନୂତନ ପ୍ରଯୁକ୍ତିକୁ ଚିହ୍ନଟ ଏବଂ ବିକଶିତ କରିବାକୁ ହେବ । ଆତ୍ମନିର୍ଭର ପ୍ରତିରକ୍ଷା ଉଦ୍ୟୋଗ ନିର୍ମାଣ ଦିଗରେ ଯୋଗଦାନ ନିମନ୍ତେ ଘରୋଇ କ୍ଷେତ୍ରକୁ ଆହ୍ୱାନ କରିବା ସହିତ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହାୟତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।ପ୍ରତିରକ୍ଷା ଉତ୍ପାଦନ ସଚିବ ଶ୍ରୀ ରାଜ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ, ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଆରକେଏସ ଭଦୌରିଆ, ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱଣେଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାବାହିନୀର ବରିଷ୍ଠ ଅଧିକାରୀ, ଯୁବ ଉଦ୍ଭାବକ, ଉଦ୍ୟୋଗ ଜଗତର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।ସୂଚନାଯୋଗ୍ୟ ଯେ ଆଇଡିଇଏକ୍ସ-ଡିଆଇଓ ଦ୍ୱାରା ଡିଆଇଏସସି ୧.୦ ଶୁଭାରମ୍ଭ କରାଯିବାର ତିନି ବର୍ଷ ପରେ ଡିଆଇଏସସି ୫.୦ ଆରମ୍ଭ କରାଯାଇଛି । ଭାରତର ପ୍ରତିରକ୍ଷା ପ୍ରଯୁକ୍ତି, ଉପକରଣ ଡିଜାଇନ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ଏହା ଏକ ବୃହତ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦୧୮ରେ ଆଇଡିଇଏକ୍ସ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରରେ ନବୋନ୍ମେଷକୁ ପ୍ରୋତ୍ସାହନ, ପ୍ରଯୁକ୍ତି ବିକାଶ ଏବଂ ଆତ୍ମନିର୍ଭରଶୀଳତା ହାସଲ କରିବା ଏହାର ଉଦ୍ଦେଶ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ