ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ସିପିଆଇ ନେତା ଲକ୍ଷ୍ମଣ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା): ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସିପିଆଇ ନେତା ସ୍ୱର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶୁକ୍ରୁବାର ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ରାଜୀବ ଲୋଚନ ପଣ୍ଡାଙ୍କ ପୌରହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହା ସହିତ କୃଷି ଆଇନ କୃଷକ ସମସ୍ୟା ନେଇ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଶିଷ୍ଠ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ସ୍ୱର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କ ସୁପୁତ୍ର ଅଜୟ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସଂପାଦକ ଏସ୍‌. କ୍ରିଷ୍ଣା ରେଡ୍ଡି, ଚମାଖଣ୍ଡି ଜୋନାଲ ସଂପାଦକ ସି. ଏଚ୍ ଜନାର୍ଦ୍ଦନ ରେଡ୍ଡି, ଗଞ୍ଜାମ ଜୋନାଲ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ଚାଷୀ ନେତା ଶରତ ଚନ୍ଦ୍ର ପଟ୍ଟନାୟକ, ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ଆଇନଜିବୀ ଡି. ଆଦି ନାରାୟଣ ରେଡ୍ଡି, ତ୍ରିନାଥ ବେହେରା, ନବୀନ ମହାନ୍ତି, ରାଜେନ୍ଦ୍ର ନାହାକ, କ୍ଷେତ୍ରବାସୀ ନାହାକ, ଏନ୍ ପାଣ୍ଡେୟା ରେଡ୍ଡି, କୈଳାସ ପଲାଇଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ଗୁଣଗାନ କରିଥିଲେ । ଏହା ସହ ଗତ ୯ ମାସ ଧରି ଦିଲ୍ଲୀ ଠାରେ ଚାଲିଥିବା ଚାଷୀ ଆନ୍ଦୋଳନ କୁ ସମର୍ଥନ ଜଣାଇ ଚାଷି ମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ନିମନ୍ତେ ସମସ୍ତେ କହିଥିଲେ । ଏହା ସହ ସେମାନେ କଳା କୃଷକ ଆଇନକୁ ତୁରନ୍ତ ରଦ୍ଦ କରିବା ପାଇଁ ଦାବୀ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ