ବିଜେପିକୁ ଘାଇଲା କରିବ ବିରୋଧୀ ଦଳ

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏହି ସମୟରେ ବିରୋଧୀ ଦଳ ଏକଜୁଟ ହୋଇଛନ୍‌ନ୍ତି ବିଜେପିକୁ ଘେରିବା ପାଇଁ । ଗତକାଲି କଂଗ୍ରେସ ସମେତ ୧୮ଟି ରାଜନୀତିକ ଦଳର ନେତା ଭରଚୁଆଲ ମୋଡରେ ଏକ ବୈଠକ କରିଥିଲେ। ଯେଉଁଥିରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ବିଜେପିକୁ ଘେରିବା ପାଇଁ ହେଲେ ଗୋଟିଏ କୋର ଗ୍ରୁପ ତିଆରି କରିବାକୁ ହେବ। ଲୋକତାନ୍ତ୍ରିକ ଜନତା ଦଳର ସଭାପତି ଶରଦ ଯାଦବ ଏହା କହିଛନ୍ତି।
ବୈଠକ ପରେ ଶରଦ ଯାଦବ ମିଡିଆକୁ କହିଛନ୍ତି, ସମସ୍ତ ସଂସ୍ଥା ଏବେ ଗୋଟିଏ ଦଳ ବିଜେପିକୁ ସମର୍ଥନ କରୁଛନ୍ତି। ଏହା ଚିନ୍ତାର ବିଷୟ। ତେଣୁ ବିରୋଧୀଙ୍କୁ ଏକ ହୋଇ ରହିବାକୁ ପଡ଼ିବ ବୋଲି ମମତା ବାନାର୍ଜୀ କହିଥିବା ସେ କହିଛନ୍ତି। ବିଜେପି ବିରୋଧୀ ଏକ ହୋଇ ଗୋଟିଏ କୋର ଗ୍ରୁପ କରିବାକୁ ହେବ। ଏହି କୋର ଗ୍ରୁପ ପ୍ରତି ତିନି-ଚାରି ଦିନରେ ବୈଠକ କରିବେ। ଯାହାର ନେତୃତ୍ୱ ସୋନିଆ ଗାନ୍ଧୀ ନହେଲେ ରାହୁଲ ଗାନ୍ଧୀ ନେବା ଉଚିତ।ସେ କହିଛନ୍ତି, କଂଗ୍ରେସ ହେଉଛି ସବୁଠାରୁ ବଡ ବିରୋଧୀ ଦଳ। ତେଣୁ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀ କୋର ଗ୍ରୁପର ନେତୃତ୍ୱ ନେବା ଦରକାର ବୋଲି ମମତା ବୈଠକରେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ଏବଂ ଅନ୍ୟ ୧୮ଟି ରାଜନୀତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ ଆଣଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ