ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା): ସ୍ଥାନୀୟ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ଉପଖଣ୍ଡ ସଂଘର ବୈଠକ ଜିଲ୍ଲା ସଂଘର ସ୍ଥାୟୀ ସଭାପତି ଅଭିମନ୍ୟୁ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ସଂଘର ସଭାପତି ଡି.ଗୁରୁମୂର୍ତ୍ତୀ, ପରାମର୍ଶଦାତା ରବୀନ୍ଦ୍ର ନାଥ ପାତ୍ର, ଜିଲ୍ଲା ସଂଘର ସଂପାଦକ ସୁନିଲ କୁମାର ବେହେରା, ହିଞ୍ଜିଳି କାଟୁ ସଂଘର ସଭାପତି ସୁରେନ୍ଦ୍ର ପ୍ରାଧନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନିକ ବିଭାଗ ଆଦେଶ ନାମା ଅନୁସାରେ ମୃତ କର୍ମଚାରୀମାନଙ୍କ ଦୁସ୍ଥ ପରିବାର ବର୍ଗଙ୍କ ପ୍ରତିପୋଷଣ ବା ଥଇଥାନା ନିମନ୍ତେ ଯେଉଁ ନିୟମ ପ୍ରଣୟନ କରିଛନ୍ତି । ସେଥିରେ ଗଞ୍ଜାମ ଜିଲ୍ଲା ମଧ୍ୟରୁ ଶତକଡା ୧୦୦ ଭାଗରୁ ଏକ ଭାଗ ମୃତ କର୍ମଚାରୀଙ୍କ ପରିବାର ବର୍ଗ ଉପକୃତ ହୋଇପାରୁନାହାନ୍ତି । ଏପରି ମଧ୍ୟ କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପରିବାର ବର୍ଗ ଉପକୃତ ହୋଇପାରିଲେ ନାହିଁ । ମୃତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପରିବାର ବର୍ଗ ମଧ୍ୟରୁ ଜଣକୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସିଧାସଳଖ ଭାବେ ନିଯୁକ୍ତି ଦେବାର ଆଦେଶ ପ୍ରଣୟନ କରାଯିବା ପାଇଁ ଆଜିର ସଂଘ ବୈଠକରେ ଓଡିଶାର ସରକାରଙ୍କୁ ଅନୁରୋଧ କରିବା ପାଇଁ ସ୍ଥିର କରାଯାଇଛି । ଏହାସହ ଅନ୍ୟାନ୍ୟ ଦାବି ଗୁଡିକ ନେଇ ବୈଠକରେ ଆଲୋଚନା ହୋଇଥିଲା । ଛତ୍ରପୁର ଉପଖଣ୍ଡ ସଂଘ ପରିଚାଳନା ନିମନ୍ତେ ଜିଲ୍ଲା ସଂଘର ପରାମର୍ଶଦାତାଙ୍କ ରବୀନ୍ଦ୍ର ନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଉପଦେଷ୍ଟା ତାରିଣୀ ଚରଣ ରଥ, ସଭାପତି ଭାବେ ପ୍ରମୋଦ ଚନ୍ଦ୍ର ଦାଶ, ଉପସଭାପତି ବାବୁଲା ଗୌଡ ଓ ସୁବାସିନୀ କାହ୍ନୁ, ସଂପାଦକ ମନୋଜ କୁମାର ସାହୁ, ସହ ସଂପାଦକ ସୁଶାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ସୋମନାଥ ଦାସ, ସାଙ୍ଗଠନିକ ସଂପାଦକ ସୁରେନ୍ଦ୍ର ଜାନି ଓ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ସମେତ ୧୨ ଜଣିଆ କାର୍ଯ୍ୟକାରୀ ସଭ୍ୟଙ୍କୁ ନିର୍ବାଚିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ