ପାଟପୁର ଥାନା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ଦିନ ଦିପହର ରେ ବନ୍ଧୁକ ଦେଖାଇ ସୁନା,ଟଙ୍କା ଲୁଟିବା ସହ ଅପହରଣ, ସୁପାରୀ ନେଇ ହତ୍ୟା ଯୋଜନାରୁ ବର୍ତିଲେ ଗୁରୁପ୍ରସାଦ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ):ଗଂଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି।ଚୋରି ଡକାୟତି ରାହାଜାନୀ ସାଙ୍ଗ କୁ ମଦୁଆ ଙ୍କ ଉତ୍ପାତ ଜୁଆ ଆଡା ଗଞ୍ଜେଇ ମାଫିଆ ଙ୍କ ଦୌରାମୀୟ ଅଞ୍ଚଳବାସୀ ଏବେ ସୁରକ୍ଷିତ ମନୁନାହାନ୍ତି,ଲୁଟ ଅପହରଣ ଘଟଣା ଦିନ କୁ ଦିନ ବୃଦ୍ଧି ପାଉଛି।ଏଠି ପୋଲିସ ନିରବଦ୍ରଷ୍ଟା ସାଜିଛି।ସାଧାରଣ ଲୋକ ଶିକାର ହେଉଛନ୍ତି।ଏଭଳି ଘଟଣା ଘଟୁଥିବା ବେଳେ ପୋଲିସ ର ନିରବଦ୍ରଷ୍ଟା ସାଧାରଣ ରେ ଅଭିଯୋଗ ହେଉଛି।ଏବେ ବନ୍ଧୁକ କହୁଛି କଥା।ଦିନ ଦିପହର ରେ ସୁନା ଟଙ୍କା ଲୁଟ ସହ ଅପହରଣ ଘଟଣା ଅଂଚଳ ରେ ଚାଚଂଲ୍ୟ ଖେଳିଯାଇଛି।ଏବେ ପୋଲିସ ଉପରୁ ଲୋକ ଙ୍କ ଭରସା ତୁଟୁଛି।ଏଭଳି ଏକ ଘଟଣା ଘଟିଛି ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ଘାଟି ରେ।ଦିନ ଦିପହର ରେ ଚାରିଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଏ କାର କୁ ଅଟକାଇ ସୁନା ଟଙ୍କା ଲୁଟ ସହ ଅପହରଣ ଘଟଣା ପାଟପୁର ଥାନା ରେ କ.ନୁଆଁ ଗାଁ ଥାନା ଜଗମୋହନ ଗ୍ରାମ ର ଗୁପ୍ତ ପ୍ରସାଦ ସାହୁ (୨୯) ପିତା ଗଣେଶ ସାହୁ ପାଟପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ଏନେଇ ପାଟପୁର ପୋଲିସ ୨୬୭/୨୧ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଜଣାପଡିଛି।ଘଟଣା ରୁ ଜଣାପଡ଼ିଛି ଦାମାନଯୋଡି ରୁ ୫ଜଣ ଏକ କାର ଯୋଗେ ଜଗମୋହନ ଯାଉଥିବା ବେଳେ ତପ୍ତପାଣି ଘାଟି ରେ ୪ଜଣ ଦୁର୍ବୁତ୍ତ ସୁନା ଚେନ ନେଇଯିବା ସହ ଡ୍ରାଇଭର କୁ ସିଟ ରୁ ଉଠାଇ ଦୁର୍ବୁତ୍ତ ମାନଙ୍କ ମଧ୍ୟ ରୁ ଜଣେ କାର ଚଳାଇ ଥିଲେ।ଦିଗପହଣ୍ଡି ପୂର୍ବରୁ କାର ରୁ ଡ୍ରାଇଭର ଏବଂ ଦୁଇଜଣ ଙ୍କୁ ଓଲ୍ହାଇ ଥିଲେ।ଗୁରୁପ୍ରସାଦ ଏବଂ ବାଳକ କୁ କାର ରେ ଦିଗପହଣ୍ଡି ନେଇ ପାଖରେ ଥିବା ମୋବାଇଲ, ମନୀପର୍ସ,ଏଟିଏମ ନେଇଯାଇଥିଲେ।ଗୁରୁପ୍ରସାଦ ଙ୍କ ମୋବାଇଲ ରୁ ଫୋନପେ ନ ୮୨୬୦୯୩୭୭୪୭ କୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ।୧୪ ତାରିଖ ଦିନ ରାତ୍ର ଅଜଣା ଜାଗାରେ ରଖିବା ପରେ ୧୫ ତାରିଖ ଦିନ ବ୍ରମହପୁର ହଳଦିଆପଦର ଠାରେ କାର ରୁ ଓଲ୍ହାଇ ଦୁର୍ବୁତ୍ତ ମାନେ ଫେରାର ହୋଇଥିବା ଅଭିଯୋଗ ହୋଇଛି।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଅପହରଣ ପରେ ହତ୍ୟା ଘଟଣା କରିବା ପାଇଁ ଯୋଜନା ରଖିଥିବା ବେଳେ ଗୁରୁପ୍ରସାଦ ଙ୍କ ଗର୍ଭବତୀ ମହିଳା କୁ ଦେଖି ଛାଡି ଦେଇଥିବା ଦୁର୍ବୁତ୍ତ ମାନେ କହିଥିବା ଗୁରୁପ୍ରସାଦ ସୂଚନା ଦେଇଛନ୍ତି।ପାଟପୁର ପୋଲିସ ଅଞ୍ଚଳ ରେ ଏକ ମାସ ହେବ ଏସ.ଗୋପାଳପୁର ପଂଚାୟତ ଏରେଣ୍ଡା,ପାଟପୁର,ଡେଙ୍ଗାଓସ୍ତା, ଚୋରି ହେଉଥିବା ଅଭିଯୋଗ ହେଉଥିବା ଜଣାପଡିଛି।ଏନେଇ ପାଟପୁର ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି।


