ବର୍ବରତା : ତାଲିବାନୀଙ୍କ ଗୁଳାିମାଡ଼ରେ ୭ ମୃତ

ନୂଆଦିଲ୍ଲୀ:ତାଲିବାନୀ ସେମାନଙ୍କ ନୃସଂଶ କାର୍ଯ୍ୟ ପାଇଁ ସଦା ସର୍ବଦା କୁଖ୍ୟାତି ଥିବା ବେଳେ ଏବେ ଆଫ୍‌ଗାନିସ୍ତାନରେ ଆରମ୍ଭ କରିଦେଇଛି ତାର ହିଂସ୍ର କାର୍ଯ୍ୟକଳାପ । ବିଭିନ୍ନ ଦେଶର ଲୋକେ ଆଫ୍‌ଗାନ ଛାଡ଼ିବା ପାଇଁ ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି । ଏହାରି ଭିତରେ ବିମାନ ବନ୍ଦର ବାହାରେ ଗୁଳିବର୍ଷଣ କରିଛନ୍ତି ତାଲିବାନୀ । ଏଥିରେ ସାତ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ନାଗରିକ ଆଫଗାନିସ୍ତାନର ବୋଲି ଜଣାପଡ଼ିଛି। ବ୍ରିଟେନ ସେନା ଏହି ସୂଚନା ଦେଇଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଗ୍ରାଉଣ୍ଡରେ ସ୍ଥିତି ବହୁତ ଅଲଗା ରହିଛି। ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହାର ଅତ୍ୟାଚାର ଶାସନରୁ ବର୍ତ୍ତିବା ପାଇଁ ହଜାର ହଜାର ଲୋକ ବିମାନ ବନ୍ଦରରେ ଏକାଠି ହୋଇଛନ୍ତି। ଯଦିଓ ତାଲିବାନ କାବୁଲ ଦଖଲ କରିଛି କିନ୍ତୁ ବିମାନ ବନ୍ଦର ଏବେ ବି ଆମେରିକା ସେନା ହାତରେ ରହିଛି। ଏବେ ଆଫଗାନିସ୍ତାନରେ ଆମେରିକା ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାରି ଭିତରେ ଆମେରିକାର ସେନା ନିଜ ଦେଶବାସୀଙ୍କୁ କାବୁଲ ବିମାନବନ୍ଦରକୁ ଆଣିବା ପାଇଁ ନୂଆ ଉପାୟ ଖୋଜୁଛି। କାବୁଲ ବିମାନ ବନ୍ଦର ପାଖରେ ତାଲିବାନୀ ତାଙ୍କର ଅସ୍ତ୍ର ଶସ୍ତ୍ର ଧରି ରହିଥିବା ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ