ଜନ ଅଧିକାର ଆନ୍ଦୋଳନ ପକ୍ଷରୁ ସାଥି ବଟକୃଷ୍ଣ ସ୍ୱାଇଁଙ୍କୁ ନିଃସର୍ତ୍ତ ଖଲlସ ଦାବି
ବ୍ରହ୍ମପୁର, (ଅନିଲ କୁମାର): ଉପକୁଳିଆ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ଆବାହକ ସାଥି ବଟକୃଷ୍ଣ ସ୍ୱାଇଁଙ୍କୁ ବାରମ୍ବାର ଉଧେଶ୍ୟମୂଳକ ଭାବେ ମିଥ୍ୟା କେସ ଲଗାଇ ଗିରିଫ କରିବା ପ୍ରତିବାଦରେ ଓ ତାଙ୍କୁ ନିଃସର୍ତ୍ତ ଖଲାସ କରିବା ତଥା ଶାମୁକା ହୋଟେଲ ପ୍ରକଳ୍ପ ଓ ପ୍ରସ୍ତାବିତ ବିମାନ ବନ୍ଦର ବାତିଲ କରିବା ଦାବିନେଇ ଆଜି ଜିଲ୍ଲାର ବିଭିନ୍ନ ଗଣସଂଗଠନଙ୍କ ମିଳିତ ମଞ୍ଚ ଜନ ଅଧିକାର ଆନ୍ଦୋଳନ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି l ପ୍ରକାଶଯୋଗ୍ୟ ଯେ,ଗତ ଅଗଷ୍ଟ 16ତାରିଖରେ ଘରକୁ ଫେରୁଥିବା ସମୟରେ ସାଥି ବଟକୃଷ୍ଣ ସ୍ୱାଇଁଙ୍କୁ ପୁରୀ ଜିଲ୍ଲାର ସଦର ଥାନା ପୋଲିସ ମିଥ୍ୟା କେସ ୠଜୁକରି ଅନ୍ୟାୟ ଭାବେ ଗିରିଫ କରିଛି l ତାଙ୍କୁ ପୂର୍ବରୁ 2015ମସିହାରେ ବେଆଇନ ଭାବେ ଜାତୀୟ ନିରାପତ୍ତା ଆଇନ ବଳରେ ଗିରିଫ କରାଯାଇଥିଲା କିନ୍ତୁ ତାଙ୍କ ସମାଜସେବା ଓ ଗରିବ ଭୂମିହୀନ ଦଳିତ ଆଦିବାସୀଙ୍କ ଅଧିକାର ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରୁଥିବା ପ୍ରୟାସକୁ ଦୃଷ୍ଟିରେ ରଖି ତାଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତୁରନ୍ତ ଖଲାସ କରିବାକୁ ନିର୍ଧେସ ଦେଇଥିଲେ l ସୂଚନା ଯୋଗ୍ୟ ଯେ, ପୁରୀ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଶିପସରୁବାଲି ମୌଜାର ରାଜସ୍ବ ଜମିରେ ଥିବା ଜଙ୍ଗଲ ଓ ବାଲୁକା ବନ୍ତକୁ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦାମାନେ ସୁରକ୍ଷା ପ୍ରଦାନ ସହ ଦୀର୍ଘ ବର୍ଷରୁ ସାମୁହିକ ଭୋଗ କରି ଆସୁଛନ୍ତି l ବାଲି ମାଫିଆ, କାଠ ମାଫିଆଙ୍କ କବଳରୁ ଏହି ବାଲୁକା ବନ୍ତ ଓ ଜଙ୍ଗଲକୁ ସୁରକ୍ଷା ଦେବାପାଇଁ ଉପକୁଳିଆ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ଆବାହକ ବଟକୃଷ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ଚେଷ୍ଟା ଜାରି ରହିଛି l ଯେଉଁଠି ଏଥିପୂର୍ବରୁ ମଧ୍ୟ ସେ ବେଆଇନ ଦଖଲରେ ଥିବା ଜମି ମାଲିକ ଓ ସେମାନଙ୍କ କିଛି ସ୍ଥାନୀୟ ଦଲାଲଙ୍କ ଦ୍ୱାରା ରୋଷର ଶିକାର ହୋଇଥିଲେ l ଏହି ଦଲାଲ ମାନେ ବଟକୃଷ୍ଣ ସ୍ୱାଇଁଙ୍କ ବିରୁଦ୍ଧରେ ବାରମ୍ବାର ମିଥ୍ୟା କେସ ଦେଇଚାଲିଛନ୍ତି ଓ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି l ଏହି ଦଲାଲ ମାନଙ୍କୁ ଗିରିଫ ନକରି ଓଲଟା ଶ୍ରୀ ସ୍ୱାଇଁ ଙ୍କୁ ପୋଲିସ ଗିରିଫ କରିବା ସ୍ଥାନୀୟ ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି l ସ୍ଥାନୀୟ ଅଂଚଳବାସୀଙ୍କ ସମେତ ସମଗ୍ର ଓଡ଼ିଶାରେ ଏଥିପାଇଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି ଓ ନିଃସର୍ତ୍ତରେ ତାଙ୍କୁ ଖଲାସ କରିବାକୁ ଦାବି ହୋଇଛି l ଆଜି ଏହି ପରିପ୍ରେକ୍ଷୀରେ ଜନ ଅଧିକାର ଆନ୍ଦୋଳନର ଅଂଶୀଦାର ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା,ମନୋଜ ତରାଇ, ଶ୍ରୀନିବାସ ରାଓ, ରମେଶ ଚନ୍ଦ୍ର ସାହୁ, ହୃଷିକେଶ ପାତ୍ର, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ପି. ପାର୍ବତୀ, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ନିରାକାର ନାୟକ, ନିରଞ୍ଜନ ଶବର, ରଞ୍ଜନ ଶବର, ଲଡ଼ୁ ଶବର, ପବନା ଶବର, ଜନ ଜାଗରଣ ଅଭିଯାନର ମଧୁସୂଦନ, ଋଷିକୂଲ୍ୟା ରୟତ ମହାସଭାର ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ଗୁରୁଦେବ ବେହେରା,ଭାରତ ମୁକ୍ତି ମୋର୍ଚ୍ଚାର ଶିବରାମ ସାହୁ,ଆମ ଆଦମୀ ପାର୍ଟି ର ସୁବାସ ରାଉତ,ଆଦିତ୍ୟ ରଥ, ହରପ୍ରସାଦ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ l


