ରୋଗୀ କଲ୍ୟାଣ ସମିତି ବୈଠକ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମଞ୍ଜୁରୀରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ଠାରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଦେବାଶିଷ ପତିଙ୍କ ସଭାପତିତ୍ୱରେ ଅନୁୁଷ୍ଠିତ ବୈଠକରେ ରୋଗୀ କଲ୍ୟାଣ ସମିତି ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ, ସରପଞ୍ଚ ସଦାଶିବ ଦାସ, ପ୍ରମିଳା ସାହୁ, ସମାଜସେବୀ ଜଗନ୍ନାଥ ଭାରତୀ, ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ର ସଂଲଗ୍ନ ଭିତ୍ତିଭୂମି ବିକାଶ ଉପରେ ଆଲୋଚନ କରିଥିଲେ । ଏହାଛଡା ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ନିର୍ମାଣ ସମେତ ନୂତନ ବଗିଚା ସୃଷ୍ଟି ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିପିଏମଓ ରଶ୍ମିରେଖା ପୃଷ୍ଟି, ଡାକ୍ତର ରଶ୍ମିରଞ୍ଜନ ସାହୁ, ଫାର୍ମାସିଷ୍ଟ ପ୍ରଣତି ପହି, ସୁପରଭାଇଜର ନବଘନ ଦାସ, ବନଲତା ଦାସ, ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


