ଗ୍ରାମରୁ ବାସନ୍ଦ ହୋଇଥିବା ବ୍ୟକ୍ତି ଏସପିଙ୍କ ଦ୍ୱାରସ୍ଥ
ଛତ୍ରପୁର (ଦେବଦତ୍ତ ମହାରଣା): ଚମାଖଣ୍ଡି ଥାନା ଅନ୍ତର୍ଗତ ଘଡଘଡାପଲ୍ଲୀ ଗ୍ରାମରେ କୈାଣସି କାରଣକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବାରୁ ବ୍ୟକ୍ତି ଜଣକ ମଙ୍ଗଳବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଡଘଡାପଲ୍ଲୀ ଗ୍ରାମର ଜି. ରାଜ କିଶୋର ରେଡ୍ଡି ନାମକ ବ୍ୟକ୍ତିଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ନେଇ ସେ ନିଜେ ଗଞ୍ଜାମ ଏସପିଙ୍କୁ ଭେଟି ଗୁହାରୀ ଜଣାଇଛନ୍ତି । ଦୀର୍ଘ ୯ ମାସ ହେଲା ରାଜ କିଶୋର ଉକ୍ତ ଗ୍ରାମରେ ଏକୁଟିଆ ଜୀବନ ଯାପନ କରୁଥିବା ବେଳେ ତାଙ୍କର ଦୁଇଟି ପୁଅ ମାନସିକ ରୋଗୀ ହୋଇଥିବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏଣୁ ତାଙ୍କୁ ଗ୍ରାମରୁ ବାସନ୍ଦ ନ କରିବା ପାଇଁ ସେ ଗଞ୍ଜାମ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।


