ଅଣ୍ଡରାରେ ଶ୍ରୀଅଭିରାମଙ୍କ ସତସଙ୍ଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଅବିଭକ୍ତ ଅଣ୍ଡରା ଗ୍ରାମପଞ୍ଚାୟତର ଲୋକପ୍ରିୟ ସମାଜସେବୀ ଦିବଗଂତ ହରେକୃଷ୍ଣ ମଲ୍ଲିକଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକ ଅବସରରେ ଜଗତଗୁରୁ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଗୋଷ୍ଠୀପୂଜା ଓ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ସନ୍ୟାସୀ ଭୀମସେନ ଦାସ ମହାରାଜଙ୍କ ପୈାରହିତ୍ୟରେ ଶ୍ରୀ ଶ୍ରୀ ଠାକୁରଙ୍କ ପୂଜାର୍ଚ୍ଚନା, ଭଜନ ଜଣାଣ, ପ୍ରବଚନ ଆଦି ନୀତିକାନ୍ତି ଯଥା ରୀତି ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଭକ୍ତ ନିରାକାର ସୁତାର, ବିପିନ ମଲ୍ଲିକ, ପ୍ରଶନ୍ନ ପ୍ରଧାନ, କୁମନ ଭାଇ, ଅଭୟ ସ୍ୱାଇଁ, ସନ୍ତୋଷ ମଲ୍ଲିକ, ଅର୍ଚ୍ଚନା ମଲ୍ଲିକ, ନିରଞ୍ଜନ ବିଶ୍ୱାଳ, ନୟନ ରାଉତ, ସମାଜସେବୀ ଡଃ. ଗଦାଧର ମଲ୍ଲିକ, ଅଧ୍ୟାପକ ଅଶୋକ ନାୟକ, ଗୋଲେଖ ପାତ୍ର, ସାମ୍ବାଦିକ ନରେନ୍ଦ୍ର ଧଳ, ପ୍ରାଧ୍ୟାପକ ସୁନୀଲ ପ୍ରଧାନ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପିନାଥ ତ୍ରିପାଠୀ ପ୍ରମୁଖ ହରିକଥା ପିପାଷୁ ବ୍ୟକ୍ତି ଯୋଗଦେଇଥିବା ବେଳେ ସେବକ ଚିତ୍ତ ମଲ୍ଲିକ, ହୃଷିକେଶ ସାହୁ ,ରୁକ୍ମଣୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ