ଆଇ.ଆଇ.ଏଚ.ଏମ.ଛାତ୍ରୀ ଜିଲ୍ଲାପାଳଙ୍କୁ ରାକ୍ଷୀ ବାନ୍ଧିଲେ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇଣ୍ଟରନାସନାଲ ଇନଷ୍ଟିଟ୍ୟୁଟ ଅଫ ହସପିଟାଲିଟି ଆଣ୍ଡ ମ୍ୟାନେଜମେଣ୍ଟ(ଆଇ.ଆଇ.ଏଚ.ଏମ.)ପକ୍ଷରୁ ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଅନୁଷ୍ଠାନର ଛାତ୍ରୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ହାତରେ ରାକ୍ଷୀବାନ୍ଧି ଦେଇ ଆର୍ଶିବାଦ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଛାତ୍ରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏଚ.ଏମ.ର ସମ୍ପାଦକ ସେକ ଲିୟାକତ ଅଲ୍ଲୀ(ନସ୍ରୁ), ଅଧ୍ୟାପକ ଏନାମୁଲ ହକ, କୋଷାଧ୍ୟକ୍ଷ ପଦ୍ମନାଭ ସାହୁ, ଶିକ୍ଷକ ବଦ୍ରିନାରାୟଣ ପାତ୍ର, ସରୋଜ କୁମାର ଲୁଗୁନ, କ୍ରୀଡା ଶିକ୍ଷକ ସେକ ସୈାକତ ଖାନ, ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମହମ୍ମଦ ଅମୀର, ସଦସ୍ୟ ଅବରାର ଖାନ, ସେକ ଅହସାନ, ଅବଦୁଲ ମତିନ, ଛାତ୍ରୀ ସରୋଜିନୀ ସ୍ୱାଇଁ, ସୁହାନା ପରୱିନ, ମମତା ବେହେରା, ସୁଜାତା ବେହେରା, ଲିଲିମା ବେହେରା, ପରୱାନା ବେଗମ, ପୁନମ ସାହୁ, ରାବୟା ଫରଦୈାସ, ସୁଲତାନ ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।


