ଗଣକବି ଗୋପାଳ ଦାଶ ସମାଜର କଳାକାରଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗଣକବି ଗୋପାଳ ଦାଶଙ୍କ ଅନୁଷ୍ଠାନର ବରିଷ୍ଠ କଳାକାର ବାବାଜୀ ଚରଣ ଗିରୀଙ୍କ ବିୟୋଗରେ ସାନମାଣିତିଆରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶରତ କୁମାର ଥାଟୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବିପ୍ଲବୀ କବି ରାମକୃଷ୍ଣ ଦାଶ ମୁଖ୍ୟ ଅତିଥି, ପଦ୍ମଲୋଚନ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାକାର ବାବାଜୀ ଚରଣ ଗିରୀଙ୍କ କଳାକାର ଜୀବନ,ଆଧ୍ୟାତ୍ମିକ ଚଳଣୀ, ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗୀତ ବକ୍ତବ୍ୟର ଯୁଗଳବନ୍ଦୀରେ ଗୋପାଳ ଦାଶଙ୍କ ନାଟ୍ୟ ଦଳର ବହୁ ପୁରାତନ କଳାକାର ସ୍ମୃତିଚାରଣ ସହ ଗୋପାଳ ସଂଗୀତ ପରିବେଷଣ କରିଥିଲେ । କୁମ୍ଭାରପାଟଣାର ଶତାଧିକ ଜନତାଙ୍କୁ ନେଇ ସଭା ପ୍ରାରମ୍ଭରେ ସ୍ୱର୍ଗତ ଗିରୀଙ୍କ ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ସୁପୁତ୍ର ପୂର୍ବତନ ସରପଞ୍ଚ ଜୟ ପ୍ରକାଶ ଗିରୀ, ବର୍ତ୍ତମାନ ସରପଞ୍ଚ କମଳା ଗିରୀ ପ୍ରମୁଖ ଶୋକସଭାରେ ଉପସ୍ଥିତ ଥିଲେ । କରୁଣାକର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ତ୍ରିଲୋଚନ ଜେନା, ରବିନ୍ଦ୍ର ଗିରୀ, ଭଗବାନ ଜେନା, ବିଷ୍ଣୁ ବିଶ୍ୱାଳ, ବାବାଜୀ ଦାସ, ପ୍ରହଲ୍ଲାଦ ରାଉତ, ଭିକାରୀ ପରିଡା, ଦୋଳଗୋବିନ୍ଦ ବେହୁରା, ବାବୁରାମ ଜେନା, ଶୁକଦେବ ମଲ୍ଲିକ, ସନ୍ତୋଷ କୁମାର ଗିରୀ, ପ୍ରହଲାଦ ବେହେରା, ଭାଗବତ ଭାରତୀ, କେଶବ ସାହୁ, ଅଜୟ ଜେନାଙ୍କ ସମେତ ବହୁ କଳାକାର ଯୋଗଦେଇ ସ୍ୱର୍ଗତ ଗିରୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଗିରୀଙ୍କ ବିୟୋଗରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଧାୟକ ଶଶିଭୂଷଣ ବେହେରା, ସମାଜସେବୀ ମୂରଲୀଧର ସେଠୀ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ରବିନ୍ଦ୍ର ପରିଡା,ଅଶ୍ୱିନୀ କୁମାର ପାତ୍ର, ଅକ୍ଷୟ କୁମାର ବିଶ୍ୱାଳ,ସୁଲେଖ ସାହୁ, ଅଭିମନ୍ୟୁ ସୁତାର, ପ୍ରଶାନ୍ତ ବରାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ