ବ୍ୟାଙ୍କ ଋଣ ସମନ୍ୱୟ ମେଳା ; ୧୧ ଏସଏଚଜି ଓ ୫ ଉଠା ଦୋକାନିକୁ ୨୫ ଲକ୍ଷ ଟଙ୍କାର ଋଣ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ଏନଏସି ପକ୍ଷରୁ ବିଧାୟକଙ୍କ ଦ୍ୱାରା ଦୀନଦୟାଲ ଅନ୍ତ୍ୟୋଦୟ ଓ ଜାତୀୟ ସହରାଂଚଳ ଜୀବିକା ମିଶନ୍ ଆନୁକୁଲ୍ୟରେ ଋଣ ସହାୟତା ପ୍ରଦାନ କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମିଶନ ଶକ୍ତି ମାଧ୍ୟମରେ ସଂଶକ୍ତ କରିବା ନିମନ୍ତେ ଶୁକ୍ରୁବାର ସ୍ଥାନୀୟ ରିକାପଲ୍ଲୀ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ବ୍ୟାଙ୍କ ସମନ୍ୱୟ ମେଳା ରେ ଏହି ଋଣ ଅର୍ଥ ପ୍ରଦାନ କରାଯାଇଛି । ମହିଳା ଗୋଷ୍ଠୀର ସଭ୍ୟା ମାନଙ୍କ ସହ ସଭାନେତ୍ରୀଙ୍କ ଉପସ୍ଥିତିରେ ୧୧ ଗୋଟି ମହିଳା ଗୋଷ୍ଠୀ ଓ ୫ ଜଣ ଉଠା ଦୋକାନୀ ମାନଙ୍କୁ ୨୫ ଲକ୍ଷ ଟଙ୍କା ଋଣ ଅର୍ଥ ପ୍ରଦାନ କରାଯାଇଛି । ଏହି ଆର୍ଥିକ ସହାୟତା ପ୍ରଦାନ ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହିତ ଛୋଟ ଛୋଟ କୁଟୀର ଶିଳ୍ପ ତଥା ଘରୋଇ ଉଦ୍ୟଗରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ସେମାନଙ୍କୁ ଋଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ମହିଳା ଗୋଷ୍ଠୀ ମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଗଣେଷ ବାବୁଙ୍କ ସମେତ ୫ ଟି ବ୍ୟାଙ୍କର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କୃଷ୍ଣ ପ୍ରସାଦ ମହାପାତ୍ର, ଶ୍ରୀମନ୍ତ ପାତ୍ରଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ