ଶିଶୁ ସୁରକ୍ଷା ଓ ଶିଶୁ ଯୌନ ନିର୍ଯାତନା ନିରାକରଣ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା) : ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ସମାଜର ତୃଣମୂଳ ସ୍ତରରେ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ଥିବା ସହ ଜନସାଧରଣଙ୍କ ବିଶ୍ୱାସଭାଜନ ହୋଇଥିବା ହେତୁ ଶିଶୁ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିପାରିବେ। ଏଣୁ ସେମାନେ ଶିଶୁ ସୁରକ୍ଷା ଓ ଶିଶୁ ଯୌନ ନିର୍ଯାତନା କ୍ଷେତ୍ରରେ ସଠିକ ନିର୍ଣ୍ଣୟ ନେବା ପାଇଁ ଏହି କ୍ଷେତ୍ରରେ ରହିଥିବା ଆଇନ ଓ ସରକାରୀ ନିୟମ ସମ୍ପର୍କରେ ଜାଣିବା ଆବଶ୍ୟକ ବୋଲି ରୋଟାରୀ କ୍ଲବ ସଭାନେତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ଏସ ରେଖା ମହାନ୍ତି କହିଛନ୍ତି। ଶିଶୁ ସୁରକ୍ଷା ଏବଂ ଶିଶୁ ଯୌନ ନିର୍ଯାତନା ନିରାକରଣ ପାଇଁ କାର୍ଯ୍ୟରତ ଥିବା ସଂସ୍ଥା ଗୁଡିକୁ କ୍ଷମତାଶାଳୀ କରିବା ପାଇଁ ଛତ୍ରପୁର ଠାରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ସେ ଏହା କହିଛନ୍ତି। ଭୁବନେଶ୍ବର ସ୍ଥିତ ପିକକ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଥିବା ସେଲ୍ଟର ଓ ଛତ୍ରପୁର ରୋଟାରୀ କ୍ଲବ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଧୀରେନ୍ଦ୍ର ନାଥ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅରୁଣ ଶତପଥୀ ସାଧନ କର୍ମୀ ଭାବେ ଯୋଗଦେଇଥିଲେ। ଛତ୍ରପୁର ବ୍ଳକର ୫୦ ଜଣ ଅଙ୍ଗନବାଡି କର୍ମୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ