ନୂତନ ଏସଡିପିଓ ଏବଂ ଟାଉନଥାନାଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାଗତ ଓ ସମ୍ବର୍ଦ୍ଧନା

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ଉପଖଣ୍ଡ ବାମନଘାଟୀ ଉପଖଣ୍ଡର ନୂତନ ଭାବେ ଯୋଗ ଦେଇଥବା ଏସଡିପିଓ ରତିକାନ୍ତ ଗିରି ଏବଂ ଟାଉନ ଥାନା ଅଧିକାରୀ ଅଭୟ ଶୁଭଦର୍ଶନ ବାଗେଙ୍କୁ ରାଇରଙ୍ଗପୁର ଟାଉନଥାନ ଅଭ୍ୟର୍ଥନା ଗୃହ ପରିସରରେ ବୁଧବାରଦିନ ଗଣମାଧ୍ୟମ ପ୍ରତିନିଧିମାନେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଫୁଲତୋଡା ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।ପରେ ବାମନଘାଟୀ ଉପଖଣ୍ଡର ଆଇନ ଶୃଙ୍ଖଳା, ରାଇରଙ୍ଗପୁର ସହରର ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା,ରାଇରଙ୍ଗପୁର ଵସଷ୍ଟାଣ୍ଡରେ ମଦୁଆ, ଜୁଆଡି ଓ ଅସାମାଜିକଲୋକଙ୍କ ଦୌରାତ୍ମ୍ୟ,ଗୋଲେଇର ଟ୍ରାଫିକ ସମସ୍ୟା,ରାଇରଙ୍ଗପୁର ହାଇସ୍କୁଲ ,ଅମଲା ଲାଇନରେ ଜବରଦଖଲକାରୀ ଓ ଚୋରୀ ରୋକିବା ,ବିଭିନ୍ନ ସ୍ଥାନରେ ସିସି କେମେର ଲଗାଇବା ଇତ୍ୟାଦି ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ଆଲୋଚନା କରିଥିଲେ ।ନୂତନ ଏସଡିପିଓ ଏବଂ ଟାଉନଥାନା ଅଧିକାରୀ ଏହାପ୍ରତି ଗୁରୁତ୍ବ ଦେବାସହ ଶାନ୍ତ,ସୁସ୍ଥ ଓ ସୁନ୍ଦର ପରିବେଶ ପାଇଁ ବାମନଘାଟୀ ଅଂଚଳବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରୁଛୁ ବୋଲି କହିଥିଲେ । ଏହି କାର‌୍ୟ୍ୟକ୍ରମରେ ସାମ୍ବାଦିକ ପ୍ରଦୀପ୍ତ କବି,ନିଗମାନନ୍ଦ ପଟ୍ଟନାୟକ,ଖୁଦିରାମ ମହାନ୍ତି,ସୌରଭ ପଟନାୟକ,ଅନଶନ ମହାନ୍ତ, ରାଜେଶ ଶର୍ମା,ସୁଜିତ ପଟନାୟକ, ତୁଷାରକାନ୍ତ ମହାନ୍ତ,ସେକ୍ ସଦାମ,ସଂଜୟ ପରିଡା,ସନ୍ତୋଷ ଅଗ୍ରଓ୍ବାଲ ,ଶଶିକାନ୍ତ ଦାସ,ଜୀତେନ୍ଦ୍ର ଅଗ୍ରଓ୍ବାଲା,ଲଳିତ ମହାନ୍ତ, ସତ୍ୟ ରଂଜନ ପାଲ,, ପରେଶ ନାଥ ଷଡଙ୍ଗୀ,ଜଗତ ବେହେରା, ରାମେଶ୍ବର ଅଗ୍ରଓ୍ବାଲ,ମେଘନାଦ ହେମ୍ବ୍ରମ,ଅକ୍ଷୟ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ