ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ବ୍ରହ୍ମପୁର , (ଅନିଲ କୁମାର): ବ୍ରହ୍ମପୁର ରେ ଗ୍ରୀନଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠାକୁ ସୁନିଶ୍ଚିତ କରିବା ପାଇଁ ଓଡିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ସେପ୍ଟେମ୍ବର ୦୨ ତାରିଖ ଦିନ ମେଡିକାଲ କଲେଜ ମୁଖ୍ୟ ଫାଟକ ଓ ଇଂଜିନିୟରିଂ ସ୍କୁଲ ଛକରେ ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଅତିଶିଘ୍ର ବ୍ରହ୍ମପୁର ନିକଟ ଅଞ୍ଚଳରେ ୧୫୦୦ ଏକର ଜମି ଅଧିଗ୍ରହଣ କରି ବ୍ରହ୍ମପୁରରେ ଗ୍ରୀନ ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କହିଥିଲେ। ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଡେଭଲପମେଣ୍ଟ ଫରୋମ ଓ ଅନ୍ୟାନ୍ୟ ସାମାଜିକ ସଂଗଠନର ମିଳିତ ଆନୂକୁଲ୍ୟ ରେ ବ୍ରହ୍ମପୁର ଠାରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ପ୍ରସାଶନ ନିକଟ ରେ ଦାବିପତ୍ର ଦେଇ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ବାବୁ ମହୋଦୟ ୨୦୧୬ ରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପାଇଁ ଭୂମିପୂଜନ କରି ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ମୁଠା ବାଲି ସେଇଠି ପଡିପାରିନାହିଁ। ଏହା ଗଞ୍ଜାମ ଜିଲ୍ଲାପ୍ରତି ସରକାରଙ୍କ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ। ରାଜ୍ୟ ପରିବହନ ମନ୍ତ୍ରୀ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ୧୦ ଜଣ ବସି ଯିବାଆସିବା କରିବା ବ୍ୟବସ୍ଥା ହୋଇଥିବା କହିବା ଏକ ହାସ୍ୟାସ୍ପଦ ବକ୍ତବ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ୨୦୦୮ ମସିହାରେ ବ୍ରହ୍ମପୁରରୁ ବିଶାଖାପାଟଣା ଓ ଭୁବନେଶ୍ୱର କୁ ସଂଯୋଗର ଚେଷ୍ଟା ହୋଇ ସାରିଛି । କିଛି ଦିନ ପାଇଁ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ଚାଲିଥିଲା। ପରିବହନ ମନ୍ତ୍ରୀଙ୍କ ବକ୍ତବ୍ୟରେ କିଛି ନୂତନ ବାର୍ତ୍ତା ନାହିଁ। କେବଳ ଗଞ୍ଜାମ ଜିଲ୍ଲାରୁ ଲକ୍ଷ ଲକ୍ଷ ପ୍ରବାସୀ ବାଙ୍ଗାଲୋର, ମୁମ୍ବାଇ, ହାଇଦ୍ରାବାଦ, କଲିକତା, ପୁଣେ , ସୁରତ, ଦିଲ୍ଲୀ ପ୍ରଭୂତି ବଡ ସହରରେ କାର୍ଯ୍ୟ କରୁଛନ୍ତି। ସେହି ସବୁ ସହର ସହ ବ୍ରହ୍ମପୁରରୁ ନୀତିଦିନିଆ ବିମାନ ସେବା ଦକ୍ଷିଣ ଓଡିଶାର ଜନସାଧାରଣ ଙ୍କୁ ଆବଶ୍ୟକ, କେବଳ ଭୁବନେଶ୍ଵର ଓ ବିଶାଖାପାଟଣା କୁ ନୁହଁ। ବ୍ରହ୍ମପୁର ସହରରୁ ଅନ୍ୟ ବଡ ସହର ସହ ବିମାନ ସେବା ଆରମ୍ଭ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଚେତାବନୀ ଦେଇଛି ଓ ଗଞ୍ଜାମ ବାସୀଙ୍କ ଭାବନା ସହ ନ ଖେଳିବାକୁ ଫୋରମର ସଭାପତି ରାମ ପ୍ରସାଦ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ