ପୋଲସରା ଥାନା ଇଲାକାରେ ୨ ନାବାଳିକା ନିଖୋଜ

ପୋଲସରା ( ଅନିଲ ମହାରଣା ): ପୋଲସରା ଥାନା ଇଲାକାରେ ଦୁଇ ନାବାଳିକା ନିଖୋଜ ହେବା ଘଟଣାରେ ପୋଲସରା ଅଞ୍ଚଳରେ ବାପା ମାଆ ମାନେ ଭୟଭୀତ ହୋଇ ପଡିଛନ୍ତି। ଅଗଷ୍ଟ ମାସ ୨୯ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମର ଜଣେ ନାବାଳିକା ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ପର ଦିନ ସକାଳୁ ନାବାଳିକା ଜଣଙ୍କ ନିଜ ଶୋଇବା ସ୍ଥାନରେ ନଥିବା ଯୋଗୁଁ ପୋଲସରା ଥାନାରେ ଏତଲା ଦେଇଥିବା ଜଣାପଡିଛି। ସେହିପରି ଅଗଷ୍ଟ ମାସ ୩୧ ତାରିଖ ଦିନ ମଧ୍ୟାହ୍ନରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ନମ୍ବର ୱାର୍ଡର ଜଣେ ଝିଅ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଝିଅର ବାପା ପୋଲସରା ଥାନାରେ ଲିଖିତ ଭାବେ ଜଣାଇଥିବା ଜଣାପଡିଛି। ଦୁଇଜଣ ନାବାଳିକା ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲସରା ନିକଟସ୍ଥ ଅନ୍ୟ ଏକ ଗ୍ରାମର ଜଣେ ନାବାଳିକା ମଧ୍ୟ କେଉଁ ଆଡେ ଚାଲି ଯାଇଥିବା ଶୁଣିବାକୁ ମିଳିଛି। ପୋଲସରା ଥାନା ଅଞ୍ଚଳରେ ନାବାଳିକା ନିଖୋଜ ଘଟଣା ପ୍ରଘଟ ହେବାପରେ ଅଞ୍ଚଳରେ ଅଭିଭାବକ ବୃନ୍ଦ ବିବ୍ରତ ଓ ଭୟଭୀତ ହୋଇପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ