ଓଟିଏମ୍ ଛକରେ ଦୁର୍ଘଟଣା: ଜଣେ ମୃତ

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ ନଂ ଜାତିୟ ରାଜପଥ ଓଟିଏମ୍ ଛକ ଠାରେ ଘଟି ଯାଇଛି ଏକ ମର୍ମଦୁନ୍ତ ଦୁର୍ଘଟଣା। ଦୁର୍ଘଟଣା ରେ ଜଣେ ବ୍ୟକ୍ତିଙ୍କ ର ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଛି ।ମୃତକ ବ୍ୟକ୍ତି ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନିମାପଡ଼ା ଗ୍ରାମର ଜଗବନ୍ଧୁ ରାଉତ (୬୫) ବୋଲି ଘଟଣା ରୁ ଜଣା ପଡ଼ିଛି । ସୂତ୍ରରୁ ପ୍ରକାଶ ଯେ ଢେଙ୍କାନାଳ ଆଡୁ OD-05-AZ-1458 ନମ୍ବର ଟ୍ରକ୍ କଟକ ଅଭିମୁଖେ ଯିବା ସମୟରେ ଓଟିମ ଛକ ଠାରେ ରାସ୍ତା ପାର କରୁଥିବା ଜଗବନ୍ଧୁ ରାଉତ ଙ୍କ ଉପରେ ଚଢି ଯାଇଥିଲା ଫଳରେ ଘଟଣସ୍ଥଳରେ ଜଗବନ୍ଧୁଙ୍କ ର ମୃତ୍ୟୁ ଘଟିଥିଲା ।ଖବର ପାଇ ଚୌଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଛେଦ ପାଇଁ କଟକ ବଡ଼ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ