ବିଜେପିର ମତି ଭ୍ରମ ହୋଇଛି : ତାରା ବାହିନୀପତି

ଭୁବନେଶ୍ୱର, ବିଜେପି ଦଳର ମତି ଭ୍ରମ ହୋଇ ସାରିଲାଣି । ତାଙ୍କ ମୁଣ୍ଡ କାମ କରୁନି । ଗତକାଲି ବିଜେପି ଷ୍ଟାଫ ସିଲେକସନ କଥା ମୁଲତବୀ ପ୍ରସ୍ତାବ ଆଣିଥିଲା ଆଜି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଆଣିଛନ୍ତି । ନିୟମ ଅନୁଯାୟୀ ଗତକାଲି ଆଲୋଚନା ହୋଇ ନଥିବା ପ୍ରସଙ୍ଗ ଆଜି ଆଲୋଚନା ହେବା କଥା । କିନ୍ତୁ ଗତକାଲି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇ ନଥିବା ବେଳେ କାହିଁକି ବିଜେପି ପୁଣି ଆଇନ ଶୃଙ୍ଖଳା ପ୍ରସଙ୍ଗ କଥା ଆଣିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ।
ଗୃହ ଚଳାଇ ନଦେବାପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ଫିକ୍ସିଂ ହୋଇଥିବା ବିଜେପି ଅିଭଯୋଗର ଉତରରେ ତାରା କହିଛନ୍ତି ଯେ ଆମେ ପ୍ରଥମରୁ ଚାଷୀ ଓ ଷ୍ଟାଫ ସିଲେକସନ କଥା କହିଛୁ । ଗତକାଲି ବିଜେପି ପ୍ରତାପ ଜେନା ପ୍ରସଙ୍ଗ ଉଠାଇ ଗୃହରେ ଫ୍ଲାକାର୍ଡ ଧରି ପ୍ରଦର୍ଶନ କରୁଥିଲେ ଆଜି କାହିଁକି ଚୁପ ବସିଲେ । ଏଥିରୁ ଜଣା ପଡୁଛି ବିଜେଡି ଓ ବିଜେପି ଡିଲ ହୋଇଛି ସେମାନେ ଭାଇ ଭାଇ । କଂଗ୍ରେସ କାହା ସହିତ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ