ଦ୍ୱିତିୟ ଦିନରେ ଏନଏସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ କଲମଛାଡ ଆନ୍ଦୋଳନ

ବାଲିଗୁଡା, (ସଞ୍ଜୟ ପାଣିଗ୍ରାହୀ): ଦ୍ୱିତିୟ ଦିନରେ ବାଲିଗୁଡାଏନଏସି କର୍ମଚାରୀ କଲମଛାଡ ଆନ୍ଦୋଳନ ଓ କଲମଛାଡ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି । ଭବାନୀ ଶଙ୍କର ଦୋରାଙ୍କୁ ମରଣାତ୍ମକ ଆକ୍ରମଣକାରୀଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଓ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଏହି କାରଣରୁ ଏନଏସିର ସମସ୍ତ କାମ ଦୁଇଦିନ ଧରି ବନ୍ଦ ହୋଇଯାଇଛି । ବାଲିଗୁଡା ଏନଏସିର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କୁ ଗତକାଲି ସହରେ ଥିବା ବସଷ୍ଠାଣ୍ଡ ନିକଟରେ କିଛି ଯୁବକ ମିଶି ମରଣାତ୍ମକ ଆକ୍ରମଣ କରିଛନ୍ତି । ଯାହାଫଳରେ ଏନଏସି କର୍ମଚାରୀ ଭବାନୀ ଶଙ୍କର ଦୋରା ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ଡାକ୍ତର ପ୍ରଥାମିକ ଚିକିତ୍ସା କରାଇବା ପରେ ଶ୍ରୀ ଦୋରା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛିା ।
ସୁଚନା ଯୋଗ୍ୟ ଯେ ଗତ ଦୁଇ ତାରିଖ ଦିନ ଏନଏସିର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ କିଛି ଯୁବକ । ଏହା ପରେ ଗୁରିତର ଅବସ୍ଥାରେ ଦୋରାଙ୍କୁ ଚିକିତ୍ସାପାଇଁ ବାଲିଗୁଡା ଚିକିତ୍ସାଳୟ ଓ ତା ପରେ ବ୍ରହ୍ମପୁର ବଡମେଡିକାଲୁ ନିଆଯାଇଛି । କିନ୍ତୁ ଦୁଇଦିନ ବିତିଯାଇଥିଲେ ସୁଧା କାହାକୁ କୋର୍ଟଚାଲାଣ କରାଯାଇନିଥିବା ନେଇ ବାଲିଗୁଡାରେ ବେଶ୍ ଚର୍ଚ୍ଚା ହେଉଛି । ଏହାକୁ ନେଇ ବାଲିଗୁଡା କଂଗ୍ରେସ ତରଫରୁ କୁହାଯାଇଛି ଯେ ଏହି ଘଟଣାକୁ ନେଇ ନିନ୍ଦା କରିବା ସହ ଦିନ ଦି ପହରେ ବିଚ ରାସ୍ତାରେ ବିଜେଡିର ଦଳର ଗୁଣ୍ଡାମାନେ ସରକ।।ରୀ କର୍ମଚାରି ମରଣାତ୍ମକ ଆକ୍ରମଣ କରିଛନ୍ତି ଏହି ଘଟଣାର ଦୁଇଦନ ବିତିଯାଇତିଲେ ବି ପୋଲିସ କାହିଁକି ବର୍ତମାନ ସୁଧା ଅକ୍ରମଣକାରୀଙ୍କୁ ଗିରଫ କରାଯାଇନାହିଁ, ସେ କଣ ବିଧାୟକ ପ୍ରତିନିଧି ଅଛନ୍ତି ବୋଲି ଗିରଫ କରାଯାଉନାହିଁକି ଜଣେ ସରକାରୀ କର୍ମଚାରୀଙ୍କୁ ଦିନଦିପହରରେ ମରଣାତ୍ମକ ଆକ୍ରମଣ କରାଯାଇଛି ଓ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଯଦୀ ଆକ୍ରମଣକାରୀ ମାନଙ୍କୁ ପୋଲିସ ଗିରଫ ନକରନ୍ତି ତେବେ ଆଗାମି ଦିନରେ ବାଲିଗୁଡାକୁ ଅଚଳ କରିବୁ ବୋଲି କହିଛନ୍ତି ।ଏହି ବାବଦରେ ପୋଲିସ ପ୍ରଶାସନ ତରଫରୁ କୁହାଯାଇଛି ଯେ ଏହି ବାବଦରେ ତଦନ୍ତ ଚାଲୁରହିଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ