“ଆମ ଦୁହିତା ଜଗତଜିତା”ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ରେ “ଆମ ଦୁହିତା ଜଗତଜିତା” ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସାହାରା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରୀ ଙ୍କ ସହଯୋଗ ତୁମୁଡିବନ୍ଧ କସ୍ତୁରବା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଡ଼ିଓ ରିନା ପ୍ରଧାନ ଓ ସିଡ଼ିପିଓ ଯୋଗ ଦେଇ ବିଭିନ୍ନ ସମୟରେ ଶିଶୁ ମାନଙ୍କ ଉପରେ ଆକ୍ରମଣ ଓ ନିର୍ଯାତନା ବଢୁଥିବା, ଅଧାରୁ ପାଠ ପଢାଛାଡ଼ି ଶିଶୁ ମାନେ ବିଭିନ୍ନ କାର୍ଯ୍ଯ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଭଳି ବିଭିନ୍ନ ଦୃଶ୍ୟ ଦେଖିବାକୁ ବାଲ୍ୟ ବିବାହ ଶିଶୁ ମାନଙ୍କ ମଧ୍ୟରେ ଦେଖା ଯାଉଛି l  ଏହାକୁ କିଭଳି ରୋକାଯାଇ ପାରିବ ସେ ସଂପର୍କ ରେ ଆଲୋଚନା ହୋଇଥିଲା। ଏହାକୁ ରୋକିବା ପାଇଁ ଜନପ୍ରତିନିଧି, ସରକାରୀ କର୍ମଚାରୀ ସଚେତନ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ, ଅଙ୍ଗନୱାଡ଼ି, ଆଶା ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ।ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଶେଷ ରେ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ