ତାଲାଭାଙ୍ଗି ଘରୁ ଟଙ୍କା ଓ ସୁନା ପଦକ ଚୋରୀ

ରାଇରଙ୍ଗପୁର ( ଅକ୍ଷୟ ବିଶ୍ୱାଳ ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମର ବିଭୁଦତ୍ତ ମହାନ୍ତ’ଙ୍କ ଘରୁ ଦିନ ଦ୍ବିପ୍ରହରରେ ଘରୁ ତାଲା ଭାଙ୍ଗି ୧୦’ହଜାର ଟଙ୍କା ସହିତ ସୁନା ପଦକ ଚୋରୀ ଅଭିଯୋଗ। ସୂଚନା ଅନୁସାରେ ଗମ୍ଭାରିଆ ଗ୍ରାମର ବିଭୁଦତ୍ତ ମହାନ୍ତ ତାଙ୍କ ସ୍ତ୍ରୀ’ଙ୍କ ସହିତ କୌଣସି କାମରେ କାଦୁଆଣି ଗ୍ରାମକୁ ଯାଇଥିବା ବେଳେ ଘର ତାଲା ଭାଙ୍ଗି ନଗଦ ୧୦’ହଜାର ଟଙ୍କା ସହିତ ଏକ ସୁନା ପଦକ କୌଣସି ଦୁର୍ବୃତ୍ତ ଚୋରାଇ ନେଇଥିବା ନେଇ ବହଳଦା ଥାନାରେ ଅଭିଯୋଗ ହୋଇଛି। ଦିନ ୧’ ଘଟିକା ରୁ ୨ଫ ଘଟିକା ସମୟ ମଧ୍ୟରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବହଳଦା ଥାନାରେ ଏକ ଚୋରୀ ମାମଲା ରୁଜୁ କରାଯାଇ ବହଳଦା ଥାନା ପୋଲିସ୍ ଘଟଣାରର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତା କାଲି ସାଇଣ୍ଟିଫିକ ଟିମ୍ ଦ୍ବାରା ଅଧିକ ତଦନ୍ତ କରାଯିବ ବୋଲି ବହଳଦା ଥାନା ପୋଲିସ୍ ସୂଚନା ଦେଇଛନ୍ତି। ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଅଂଚଳରେ ବାରମ୍ବାର ବାରମ୍ବାର ଚୋରୀ,ରାହାଜାନୀ ନେଇ ଅଂଚଳବାସୀଙ୍କ ମଧ୍ୟରେ ଏକ ଭୟରବାତାବରଣ ଵୃଦ୍ଧି ପାଉଛି ।ପୋଲିସର ମଧ୍ୟ ଚିନ୍ତାର କାରଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ