କୋଣାର୍କରେ ଗୁରୁପୂଜନ କାର୍ଯ୍ୟକ୍ରମ

କୋଣାର୍କ (ଗଣେଶ ବେହେରା): କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ନୂଆଗାଁ ସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠ ଓ ଉତ୍କଳ ୟୁଥ ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଗୁରୁଦିବସ ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଗୋପ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଗୁରୁପୂଜନର ପ୍ରାଚୀନ ପରମ୍ପରା ଓ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କର ବହୁମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଲେଙ୍କା, ସିଆରସିସି ରବିନ୍ଦ୍ରନାଥ ବାହିନୀପତି, ପ୍ରଧାନ ଶିକ୍ଷକ ବାଲୁଙ୍କେଶ୍ଵର ବାରିକ, ଫ୍ରେଣ୍ଡସ କ୍ଲବର ସଭାପତି ରାମକୃଷ୍ଣ ମହାନ୍ତି, ଉତ୍କଳ ଫାଉଣ୍ଡେସନ ଉପସଭାପତି ସୁନୀଲ କୁମାର ନାୟକ, ସମାଜସେବୀ ଶୁଭ୍ରାଂଶୁ ସେଠୀ ପ୍ରମୁଖ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ଓ ପ୍ରାକ୍ତନ ଉପରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଅମ୍ଲାନ କୀର୍ତର ସ୍ମୃତିଚାରଣ କରିବା ସହ ଗୁରୁପୂଜନର ବିଶେଷତ୍ବ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ମାଟିଆପଡ଼ା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ରାଟ ଭଂଜ ଭୋଇ, ସିଆରସିସି ରବିନ୍ଦ୍ରନାଥ ବାହିନୀପତି, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ ଓ ସତ୍ଯସାଇ ଯୋଗ ସମିତିର ଯୋଗଗୁରୁ ବାମଦେବ ଆଳୁକ ପ୍ରମୁଖ ଙ୍କୁ ମାନପତ୍ର, ଉତ୍ତରୀୟ ଓ ଔପଢକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନିହାରିକା ମହାନ୍ତି, ମାନସ ମୁଦୁଲି, ଦିଲ୍ଲୀପ କୁମାର ନାୟକ, ଚିତ୍ରାଞ୍ଜଳି ନାୟକ ଓ ଅଭୟ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ