ଶ୍ରୀରାମ ହସପିଟାଲ ପକ୍ଷର ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା ): ଶ୍ରୀରାମ ହସପିଟାଲ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସହରର ଅରଡ଼ବଜାରସ୍ଥିତ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ ସିଂହ, ଶ୍ରୀରାମ ହସପିଟାଲ ଚକ୍ଷୁ ବିଭାଗ ମ୍ୟାନେଜର ବିନୋଦ କୁମାର ନାୟକ, ଫାର୍ମାସିଷ୍ଟ କୌଶଲ୍ୟା ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଆଖି ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ । ଅରଡବଜାର ଓ ତାର ଆଖପାଖ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଏହି ଶିବିରରେ ଚକ୍ଷୁ ପରୀକ୍ଷା କରାଇଥିଲେ । ତେବେ ଚିହ୍ନଟ ହୋଇଥିବା ୧୦ଜଣ ମୋତିଆବିନ୍ଦୁ ବ୍ୟକ୍ତିଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ଶ୍ରୀରାମ ହସପିଟାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ପୌର ପାରିଷଦ ରଞ୍ଜିତା ମହାପାତ୍ର ଓ ଆଇନଜୀବୀ ସୂର୍ଯ୍ୟକାନ୍ତ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ମୁକ୍ତାର ଅହମ୍ମଦ, ଉମାକାନ୍ତ ବେହେରା, ଲତିଫା ବିବି, ପୂର୍ଣ୍ଣିମା ବେହେରା, ସତ୍ୟରଞ୍ଜନ ମହାପାତ୍ର, ଜମାନୁଦ୍ଦିନ ଖାଁ ପ୍ରମୁଖ ପରିଚାଳନା କରିଥିଲେ ।