ବିଭିନ୍ନ ଦାବୀ ନେଇ ଖୋର୍ଦ୍ଧା ଡି.ଆର.ଏମଙ୍କୁ ଭେଟିଲେ ଛତ୍ରପୁର ବିଧାୟକ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ରେଳ ଷ୍ଟେସନ ଓ ଏହାର ପାରିପାଶ୍ୱର୍ିକ ଭିତ୍ତିଭୂମିର ଉନ୍ନତି ନିମନ୍ତେ ଛତ୍ରୁପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଖୋର୍ଦ୍ଧା ଡି.ଆର.ଏମ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ପତ୍ରରେ ଛତ୍ରପୁରରେ ସମସ୍ତ ଦୃତଗାମୀ ଟ୍ରେନ ରହିବା ନିମନ୍ତେ ଛତ୍ରପୁର ବଡ ରେଡିକା ସାହି ନିକଟସ୍ଥ ୨୯୧ ରେଳଫାଟକକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ,ରମ୍ଭା ଷ୍ଟେସନରେ ବିଭିନ୍ନ ଦୃତଗାମୀ ଟ୍ରେନ ରହିବା , ନରସିଂହପୁର ଷ୍ଟେସନକୁ ପୁନଃକାର୍ଯ୍ୟକ୍ଷମ କରାଇବା ଆଦି ଦାବୀ ରଖାଯାଇଛି । ଛତ୍ରୁପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଖୋର୍ଦ୍ଧା ଡି.ଆର.ଏମ ଶଶୀକାନ୍ତ ସିଂଙ୍କୁ ସାକ୍ଷାତ କରି ସମସ୍ତ ଦାବୀ ଗୁଡିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କର ଦାବୀ ଗୁଡିକୁ ତୁରନ୍ତ ପୁରଣ ନିମନ୍ତେ ଏକ ନିଶ୍ଚିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ର ପ୍ରଦାନବେଳେ ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ