ଅତିଥି ପୂଜାରେ ଆଇସ୍ଲ୍ୟାଣ୍ଡ ଆଗରେ
ଆମ ଶାସ୍ତ୍ରରେ ଅତିଥିଙ୍କୁ ଦେବତାଙ୍କ ଆସନ ପ୍ରଦାନ କରାଯାଇଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ଆଇସଲାଣ୍ଡ ବିଶ୍ୱର ସବୁଠାରୁ ଅତିଥିପ୍ରବଣ ରାଷ୍ଟ୍ର । ବିଦେଶୀ ପର୍ଯ୍ୟଟକମାନେ ଏଠାରେ କେବଳ ଦେଶର ଅତିଥି ନୁହନ୍ତି, ଦେଶବାସୀଙ୍କର ଅତିଥି । ଅଧିବାସୀମାନେ ସେମାନଙ୍କୁ ଆଦରର ସହ ଘରକୁ ଖାଇବାକୁ ଆମନ୍ତ୍ରଣ କରନ୍ତି । ପର୍ଯ୍ୟଟକଙ୍କର ସାମାନ୍ୟତମ ଅସୁବିଧା ହେଲେ, ସରକାରୀ ସହଯୋଗ ମିଳିବା ଆଗରୁ ସେମାନେ ପହଞ୍ଚିଯାଆନ୍ତି । ଏହି ତାଲିକାର ଦଶମ ସ୍ଥାନ ଭିତରେ ଆଫ୍ରିକାର ଚାରୋଟି ଦରିଦ୍ର ରାଷ୍ଟ୍ର ବୁରକିନା ଫାସା, ସେନେଗାଲ ଏବଂ ମରକ୍କା ଅଛନ୍ତି । ବଡ଼ ବଡ଼ ରାଷ୍ଟ୍ରଙ୍କ ସ୍ଥାନ ବହୁ ତଳେ ରହିଛି ।


